25.1 C
Bhubaneswar
Saturday, December 20, 2025
Homeଓଡିଶାଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଡାକ୍ତର ବିବାଦରେ, ମହିଳା ଡକ୍ଟର ଫାର୍ମାସିଷ୍ଟ ବଦଳି

ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଡାକ୍ତର ବିବାଦରେ, ମହିଳା ଡକ୍ଟର ଫାର୍ମାସିଷ୍ଟ ବଦଳି

ଯାଜପୁର : ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ଫାର୍ମାସିଷ୍ଟ ଡାକ୍ତର ଉପୁଜିଥିବା ବିବାଦରେ ବଦଳି ହେଲେ ମହିଳା ଦାନ୍ତ ଡାକ୍ତର ଓ ଫାର୍ମାସିଷ୍ଟ l ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଘଟଣାର ପୁଙ୍ଖାନୁ ପୁଙ୍ଖ ତଦନ୍ତ ନ କରି ଉଦେଶ୍ୟ ମୂଳକ ଭାବେ ଦାନ୍ତ ଡାକ୍ତର ଶୁଭଲକ୍ଷ୍ମୀ ରଥଙ୍କୁ ଚିଠି ନଂ ୪୧୩୯ / ୨0/୬/୨୪ ରିଖରେ ଯାଜପୁର ଜିଲାର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରଯାଇଛି | ତାଙ୍କ ସ୍ଥାନ ରେ ଦାନ୍ତ ଡକ୍ଟର ନିଯୁକ୍ତି ଦିଆ ଯାଇ ନାହିଁ ଦାନ୍ତ ଚିକିତ୍ସା ପାଇଁ ଆସୁ ଥିବା ରୋଗୀ ମାନେ ବେସରକାରୀ ଡକ୍ଟର ନିକଟ କୁ ଯାଇଛନ୍ତି l ତଦନ୍ତ ନ କରି ଜଣେଦାନ୍ତ ଡକ୍ଟର ଙ୍କୁ ବଦଳି କରିବା କେତେ ଦୂର ସମିଚନ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଚି
ସୂଚନା ଯୋଗ୍ୟଯେ ଡାକ୍ତର ଶୁଭଲକ୍ଷ୍ମୀ ରଥ ଜଣେ ଶିଶୁର ଦାନ୍ତ ଚିକିତ୍ସା ପାଇଁ ଆନୁସଙ୍ଗିକ ଯନ୍ତ୍ର ପାତି ଥିବା ଡାକ୍ତର ପ୍ରକୋଷ୍ଠକୁ ଯାଇଥିଲେ | କିନ୍ତୁ ଉକ୍ତ ପ୍ରକୋଷ୍ଠରେ ତାଲା ପଡିଥିବା ଦେଖି ସେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିଥିଲେ | ସ୍ୱାସ୍ଥ୍ୟ ଅଧିକାରୀ ଡା ସନ୍ତୋଷ କୁମାର ପୃଷ୍ଟି ଚାବି ଫାର୍ମାସିଷ୍ଟ ପ୍ରଜ୍ଞା ପାରମିତା ସାହୁଙ୍କ ନିକଟରେ ଥିବା ଏବଂ ତାଙ୍କଠାରୁ ମାଗି ଆଣିବାକୁ କହିଥିଲେ | ମହିଳା ଡାକ୍ତର ରଥ ନିଜେ ଫାର୍ମାସିଷ୍ଟ ଶ୍ରୀମତୀ ସାହୁଙ୍କ ପାଖକୁ ଯାଇ ଉକ୍ତ ଚାବି ମାଗିବାରୁ ସେ ଉତକ୍ଷିପ୍ତ ହୋଇ ମହିଳା ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ହାତକୁ ମୋଡି ଦେଇଥିଲେ | ଏହି ସମୟରେ ସେଠାରେ ଉପସ୍ଥିତ ରୋଗୀଙ୍କ ଅଭିଭାବକ ଏହି ଘଟଣାର ଭିଡିଓ ଉତ୍ତୋଳନ କରି ଭାଇରଲ କରିଥିଲେ | ଏ ସମ୍ପର୍କରେ ଉଭୟ ଯାଜପୁରରୋଡ଼ ଥାନାରେ ଉଭୟ ପକ୍ଷ ପୃଥକ ଅଭିଯୋଗ କରିଥିଲେ | ପୋଲିସ ଉଭୟ ଏତଲାକୁ ଭିତ୍ତି କରି କେସ ନଂ ୩୯୭ ଓ ୩୯୮/୨୪ ରେ ୨ଟି ମୋକଦମା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ ଆଇ ଅନ୍ତର୍ଜାମୀ ଶ୍ରୀଚନ୍ଦନ କହିଛନ୍ତି | ଏଠାରେ ପ୍ରଶ୍ନ ଉଠେ ପୋଲିସ ତଦନ୍ତ ଚାଲିଥିବା ଓ ମେଡିକାଲ ସିସି ଟିଭି ଫୁଟେଜ ଏବଂ ଘଟଣା ସମୟର ଭାଇରାଲ ହୋଇଥିବା ଭିଡିଓକୁ ଠିକି ଭାବରେ ଯାଞ୍ଚ ନକରାଯାଇ ଘଟଣା ଘଟିବାର ମାତ୍ର କେଇ ଘଣ୍ଟା ଭିତରେ ତରବରିଆ ଭାବେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଭାଶିଷ ମହାରଣା ଙ୍କୁ ପଚାରି ଵାରୁ ସେ କହିଲେ ଲେଡୀ ଦାନ୍ତ ଡକ୍ଟର ନାମ ରେ ଗୋଷ୍ଟି ସ୍ୱlସ୍ଥ କେନ୍ଦ୍ର ର ଅଧିକାରୀ ବଦଳି ପାଇଁ ଚିଠି ଲେଖି ଥିଲେ। ଏହି ଘଟଣା ଘଟି ବାରୂ ତାଙ୍କୁ ବଦଳି କାରା ଯାଉଚି। ଫରମାଷ୍ଟିଟି କୁ ଅନତ୍ର ବଦଳି କାରା ଯାଇଚି l ଗୋଷ୍ଟି କେନ୍ଦ୍ରର ଅଧିକାରି ଙ୍କ ଶାସନ ଗତ ତୃଟି ମନ୍ ମାନି ଯୋଗୁ ଗୋଷ୍ଟି କେନ୍ଦ୍ରର ଅନେକ ସମୟ ରେ ବିଶୃଙ୍ଖଳା ଉପୁଜିଛି ସେ ବହୁ ବର୍ଷ ଧରି ରହି ଛନ୍ତି ତାଙ୍କୁ ଏଠାରୁ ବଦଳି କରିବା ପାଇଁ ସଧାରଣ ଦାବି ହେଉଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking