27.1 C
Bhubaneswar
Thursday, June 27, 2024
Homeଓଡିଶାଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଫାର୍ମାସିଷ୍ଟଙ୍କ ମାଡ଼, ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ଫାର୍ମାସିଷ୍ଟଙ୍କ ମାଡ଼, ଉଭୟ ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର : ଗୁରୁବାର ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ମହିଳା ଫାର୍ମାସିଷ୍ଟ ସମାନ୍ୟ ବଚସାକୁ ନେଇ ଅନ୍ୟ ଜଣେ ମହିଳା ଡାକ୍ତରଙ୍କ ହାତ ମୋଡିବା ଓ ଗାଳି ଗୁଲଜ କରିବା ଥିବା ସମ୍ପର୍କ ରେ ଯାଜପୁରରୋଡ଼ ଥାନାରେ ଅଭିଯୋଗ ହୋଇଛି | ଅପର ପକ୍ଷରେ ମହିଳା ଫାର୍ମାସିଷ୍ଟ ଜଣଙ୍କ ଉକ୍ତ ଡାକ୍ତରଙ୍କ ନାମରେ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି |ପୋଲିସ ଉଭୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛନ୍ତି | ଖବରରୁ ପ୍ରକାଶ ଗୁରୁବାର ମହିଳା ଦାନ୍ତ ଡାକ୍ତର ଜଣଙ୍କ ଜଣେ ଶିଶୁର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତରଙ୍କ ପାଇଁ ଉଦ୍ଧିଷ୍ଟ ରୁମକୁ ଯାଇଥିଲେ | ସେହି ସମୟରେ ଉକ୍ତ ରୁମଟିର ତାଲା ପଡିଥିଲା | ମହିଳା ଡାକ୍ତର ଜଣଙ୍କ ଦାୟିତ୍ୱରେ ଥିବା ମହିଳା ଫାର୍ମାସିଷ୍ଟଙ୍କୁ ଏନେଇ ପଚାରି ବାରେ ଫାର୍ମାସିଷ୍ଟ ଜଣଙ୍କ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ଫାର୍ମାସିଷ୍ଟ ଜଣକ ଡାକ୍ତରଙ୍କ ହାତକୁ ମୋଡିବା ସହ ଗାଳି ଗୁଲଜ କରିଥିଲେ
ମହିଳା ଡାକ୍ତର  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ପୋଲିସ ଉଭୟ ଅଭିଯୋଗ ଉପରେ ତଦନ୍ତ କରୁଥିବା ଓ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି | ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଅଭିଯୋଗ ୨ଟି ଦର୍ଜ କରିନଥିବା ପୋଲିସ ସୂତ୍ରରୁ ପ୍ରକାଶ | ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ଏହି ଘଟଣା ଘଟିଥିବା ସ୍ୱୀକାର କରିବା ସହ ଏନେଇ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି | ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ | ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ଉକ୍ତ ଘଟଣା ଟି ଭାଇରାଲ ହେବାରେ ଲାଗିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking