ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏଥିରେ ମୋଟ ୨୧,୬୩୫ଜଣ ମନୋନୀତ ହୋଇଛନ୍ତି। ଏଥିରେ ୧୪,୬୪୫ଜଣ ଛାତ୍ରୀ ଥିବା ବେଳେ ୬,୯୮୮ଜଣ ଛାତ୍ର ଏବଂ ୨ଜଣ କିନ୍ନର ରହିଛନ୍ତି। ମନୋନୀତ ଛାତ୍ରଛାତ୍ରୀମାନେ ୨୧ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବେ। ୩୧ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ପିଜି ନାମଲେଖା ନିମନ୍ତେ ୬୫,୦୫୬ଜଣ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି-୨୦୨୪) ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫୪,୯୦୪ଜଣଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଛି। ତେବେ ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮,୯୮୪ଟି ସିଟ୍ ରହିଛି।










