30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ : ରାଷ୍ଟ୍ରପତି

ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ନବନିର୍ବାଚିତ ସଦସ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଲେ । ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା । ଦେଶରେ ପୁଣିଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କଲେ । ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ । ୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର । ରାଜ୍ୟର ବିକାଶ ଦେଶର ବିକାଶ ଏହି ବିଶ୍ୱାସରେ ଆଗକୁ ବଢିବା । ଅର୍ଥନୀତିରେ ଦେଶ ବିଶ୍ୱର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଏବେ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ୱ ଦେଇଛି । ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ । ମୋ ସରକାର ଆରମ୍ଭରୁ ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି । ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଚଙ୍କା ଟ୍ରାନ୍ସଫର କରାଯାଇଛି । ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟାର ସମାଧାନ କରୁଛି । ସୁସ୍ଥ ଭାରତ ନିର୍ମାଣରେ ଭାରତ ସହଯୋଗ କରୁଛି । ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି । ଗ୍ରାମାଞ୍ଚଳରେ ଆଜି ୩ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି । ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି । ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଛି । ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ ଟ୍ରେନ ଚଳାଚଳ କରିବ । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ । ବିଜୁଳି ବିଲ ଜିରୋ କରିବାକୁ ଯୋଜନା ଆସିଛି । ୨୫କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆୟୁଷ୍ମାନ ଯୋଜନାର ଲାଭ ୭୫ ବର୍ଷରୁ ଅଧିକ ଲୋକଙ୍କୁ ବି ମିଳିବ । ୧୦ ବର୍ଷରେ ଅନେକ ସଂସ୍କାର ହୋଇଛି, ଦେଶବାସୀ ଉପକୃତ ହେଉଛନ୍ତି । ଏପ୍ରିଲରେ ଜିଏସଟିରୁ ୨ ଲକ୍ଷ କୋଟି ଆଦାୟ ହୋଇଛି । ଏହା ଦ୍ୱାରା ରାଜ୍ୟର ବିକାଶ ଦୃତ ଗତିରେ ହୋଇପାରିବ । ପ୍ରତିରକ୍ଷାକ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୟୁପି ଓ ତାମିଲନାଡ଼ୁରେ ୨ ଟି ଡିଫେନ୍ସ କୋରିଡର ହେଉଛି । ସେନାର ଆଧୁନିକତା ଉପରେ ଜୋର ଦିଆଯାଉଛି । ପେପର ଲିକର ନିରପେକ୍ଷ ଯାଞ୍ଚ ହେବ । ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ସାମ୍ନାକୁ ଆସିଛି । ପରୀକ୍ଷା ପାରଦର୍ଶିତା, ନିରେପକ୍ଷତା ନିହାତି ଜରୁରୀ । ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ପଦକ୍ଷେପ ନେବା ଉଚିତ୍ । ପରୀକ୍ଷା ପରିଚାଳନାରେ ଜଡିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ହେଉଛି । ପେପର ଲିକ ରୋକିବାକୁ ଆମ ସରକାର କଡା ଆଇନ ଆଣିଛନ୍ତି । ପେପର ଲିକ୍ ର ନିରପେକ୍ଷ ଯାଞ୍ଚ ହେବ କହିଲେ ରାଷ୍ଟ୍ରପତି । ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking