22.1 C
Bhubaneswar
Friday, February 6, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ କଷ୍ଟ ଭୋଗିଲେ ଜନତା

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ କଷ୍ଟ ଭୋଗିଲେ ଜନତା

ନିର୍ବାଚନୀ ପ୍ରଚାରରେ ସରକାରୀ କଳର ଭରପୂର
ଉପଯୋଗ କଲା ବିଜେପି
ନିଜେ ଭାଙ୍ଗୁଛନ୍ତି ଆଚାର ସଂହିତା, ନିନ୍ଦା କଲା ବିଜେଡି

ଭୁବନେଶ୍ୱର:  ନିର୍ବାଚନକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ ସରକାରୀ କଳକୁ ରାଜନୀତି କାମରେ ବେଶ୍ ଉପଯୋଗ କରୁଛି ବିଜେପି । କ୍ଷମତା ଲୋଭରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ପଛାଇ ନାହିଁ ଶାସକ ଦଳ । ଆଜି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର ପାଇଁ ସରକାରୀ ସମ୍ପଦର ଦୁରୂପଯୋଗରେ ବିଜେପି ସବୁ ସୀମା ଟପି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଟେଣ୍ଟ ବାନ୍ଧି ଜାତୀୟ ରାଜପଥରେ ଲୋକଙ୍କ ଯିବା ଆସିବା ବନ୍ଦ କରିଦେଲେ । ଲୋକଙ୍କୁ ଯନ୍ତ୍ରଣା ଦେବାରେ ସାମାନ୍ୟ ହେଳା କରୁନାହିଁ ଲୋକଙ୍କ ସରକାର ବୋଲି ବିଜେଡି ମୁଖପାତ୍ର ଡ଼ ଲେନିନ୍ ମହାନ୍ତି କହିଛନ୍ତି।

ଡ଼ ମହାନ୍ତି କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ବିଜେପି ପୁରା ପ୍ରଶାସନକୁ କାମରେ ଲଗାଇ ଦେଇଛି । ଖରିଆର ରୋଡ୍ ଏନଏସି ଓ ନୂଆପଡା ଏନଏସିରେ ଭାରତୀୟ ଜନତା ପାର୍ଟି ରୋଡ୍ ଶୋ’ କାମରେ ସରକାରୀ ବ୍ୟବସ୍ଥା ଦୁରୁପଯୋଗ କରିଛି । ପୁରା ପ୍ରଶାସନ ରାଜନୀତି କାମରେ ବ୍ୟସ୍ତ । କ୍ଷମତା ଲୋଭରେ ଅନ୍ଧ ବିଜେପି ଆଦର୍ଶ ଆଚରଣ ବିଧିକୁ ମାନୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭା ପାଇଁ ରାଇପୁର ଜାତୀୟ ରାଜପଥକୁ ବନ୍ଦ କରି ବିଶାଳ ଷ୍ଟେଜ୍ ନିର୍ମାଣ କରାଯାଇଛି । ସେଥିପାଇଁ ଗତ ରାତିରୁ ସେହି ବାଟେ ଗାଡ଼ି, ମୋଟର ଓ ଲୋକଙ୍କ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜନୀତି ପାଇଁ ବିଜେପି ଲୋକଙ୍କୁ ଦୁର୍ଦ୍ଦଶା ମୁହଁକୁ ଠେଲି ଦେଉଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସାଧାରଣ ଲୋକଙ୍କ ପାଇଁ କାଳ ହେଲା । ଜରୁରୀ, ବାଣିଜି୍ୟକ ପରିବହନ ଠପ୍ କରିଦେଲେ । ଲୋକଙ୍କ ସରକାର ବୋଲାଉଛନ୍ତି, ଲୋକଙ୍କୁ ଦହଗଞ୍ଜ କରି ମାରୁଛନ୍ତି ବୋଲି ଡ଼ ମହାନ୍ତି କ୍ଷୋଭର ସହ କହିଛନ୍ତି । ଡ଼ ମହାନ୍ତି ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ପ୍ରଚାର କାମ ପାଇଁ ୨୦୦ଟି ବସ୍ ବରଗଡ଼ ଜିଲ୍ଲାରୁ ଓ କଳାହାଣ୍ଡି ଜିଲ୍ଲାରୁ ୧୫୦ଟି ବସ୍ ଆଣି କାମରେ ଲଗାଇଛନ୍ତି । ଦଳୀୟ କାମ ପାଇଁ ସରକାରୀ ସମ୍ପତ୍ତିର ବେଶ ଦୁରୁପଯୋଗ କରି ରାଜନୈତିକ ପ୍ରଚାର କରିଛି ବିଜେପି । ଦୁଃଖର କଥା ରାଜନୀତି ପାଇଁ ଲୋକଙ୍କୁ କାହିଁକି କଷ୍ଟ ଦିଆଯାଉଛି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିବା ସହ ବିଜେପିକୁ କାଠଗଡ଼ାରେ ଛିଡା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking