27.9 C
Bhubaneswar
Saturday, April 11, 2026
Homeଦେଶ ବିଦେଶଭିଡ ଭିତରେ ସନ୍ଦୀପ ଘୋଷଙ୍କୁ ଚାପୁଡ଼ା ମାରିଲେ ଲୋକେ

ଭିଡ ଭିତରେ ସନ୍ଦୀପ ଘୋଷଙ୍କୁ ଚାପୁଡ଼ା ମାରିଲେ ଲୋକେ

ନୂଆଦିଲ୍ଲୀ : କୋଲକାତା ଆର୍‌ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଭିଡ଼ ଭିତରେ ମାଡ଼ ମାରିଲେ ଲୋକେ। କୋର୍ଟରୁ ବାହାରକୁ ଆସିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରେ ହୋଇଛି ଆକ୍ରମଣ। କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ସିବିଆଇ ଟିମ୍‌ ଗିରଫ କରିବା ପରେ ଆଲିପୁର କୋର୍ଟରେ ହାଜର କରିଥିଲା। ଏହି ସମୟରେ କୋର୍ଟ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।ତେବେ କୋର୍ଟରୁ ବାହାରକୁ ବାହାରିବା ପରେ ତାଙ୍କୁ ବିରୋଧ କରି ଉତ୍ୟକ୍ତ ଲୋକେ ଘେରି ଯାଇଥିଲେ। ତାଙ୍କୁ ଫାଶୀ ଦିଆଯାଉ ବୋଲି ନାରା ଲଗାଇଥିଲେ। ଏହାରି ଭିତରେ ପୁଲିସ ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଆକ୍ରମଣ କରି ତାଙ୍କୁ ଚାପୁଡା ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ବାଜିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆର୍‌.ଜି. କର ମେଡିକାଲ କଲେଜ ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking