21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବର୍ଷାରେ ଉବୁଡୁବୁ ତେଲେଙ୍ଗାନା-ଆନ୍ଧ୍ର : ଗଲାଣି ୩୫ ଜୀବନ

ବର୍ଷାରେ ଉବୁଡୁବୁ ତେଲେଙ୍ଗାନା-ଆନ୍ଧ୍ର : ଗଲାଣି ୩୫ ଜୀବନ

ଆନ୍ଧ୍ରପ୍ରଦେଶ: ପ୍ରବଳ ବର୍ଷାରେ ବେହାଲ ତେଲେଙ୍ଗାନା-ଆନ୍ଧ୍ର । ଗଲାଣି ୩୫ ଜଣଙ୍କ ଜୀବନ । ତେଲେଙ୍ଗାନାରେ ୧୬ ଜଣ ପ୍ରାଣ ହରାଇଥିବାବେଳେ ଆନ୍ଧ୍ରରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଅନେକ ଲୋକ ନିଖୋଜ ଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବନ୍ୟାର ସ୍ଥିତି ଉପୁଜିଛି । ରାସ୍ତା ହୋଇଛି ଜଳମୟ ଏବଂ ଭାସୁଛି କାର, ଟ୍ରକ ଏବଂ ଟ୍ରେନ୍‌୍ । ଯାତାୟାତରେ ବାଧାପ୍ରାପ୍ତ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆକାଶ ମାର୍ଗରୁ ଡ୍ରୋନ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଥିବାର ଦେଖିବାକୁ ମିଳିଛି । ସେପଟେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking