ଭୁବନେଶ୍ୱର: ୬୦ ବର୍ଷ ହୋଇଥିବା ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ଏମବିପିୱାଇ ଓ ଏନଏସଏପିରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରିବାକୁ ଚିଠି କରାଯାଇଛି । ଅଧିକ ବୟସ୍କ ଓ ଦୁର୍ବଳ ଲୋକଙ୍କୁ ପ୍ରାଥମିକତା ଦିଆଯିବ । ୬୦ ବର୍ଷ ବୟସ ପାଇଁ ସୁଭଦ୍ରାରୁ ୯୩ ହଜାର ହିତାଧିକାରୀ ବାଦ ପଡିଛନ୍ତି ।ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀ ସିଧାସଳଖ ଏମବିପିୱାଇ/ଏନଏସଏପିରେ ଆସିବେ ନାହିଁ। ସେମାନଙ୍କୁ ସେଥିପାଇଁ ୬୦ ବର୍ଷ ପରେ ଆବେଦନ କରିବାକୁ ପଡ଼ିବ।ପ୍ରଥମେ ଅଧିକ ବୟସ୍କ/ଦୁର୍ବଳ ଓ ଅପେକ୍ଷା ତାଲିକାରେ ଥିବା ଲୋକଙ୍କୁ ପ୍ରାଥମିକତା ମିଳିବ ବୋଲି ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଉଲ୍ଲେଖ କରାଯାଇଛି।










