17.1 C
Bhubaneswar
Sunday, February 8, 2026
Homeଓଡିଶାବକେୟା ବିଦ୍ୟୁତ ଶୁଳ୍କ ଆଦାୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ବକେୟା ବିଦ୍ୟୁତ ଶୁଳ୍କ ଆଦାୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ବିଚାରାଧୀନ ଦେୟ ଏବଂ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଶିଳ୍ପ ସଂସ୍ଥା ଗୁଡିକରୁ ନିଜସ୍ୱ ଉତ୍ପାଦନ ଉପରେ ବକେୟା ଥିବା ବିଦ୍ୟୁତ ଶୁଳ୍କ ଏବଂ ଏହାର ସବିଶେଷ କାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଦ୍ୟୁତ ଶୁଳ୍କ ଛାଡ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଅଦାଲତରେ ବିଚାରଧିନ ଥିବା ବିଭିନ୍ନ ମାମଲା ଯୋଗୁଁ ବକେୟା ଶୁଳ୍କ ଆଦାୟ କରିବା ପ୍ରାୟତଃ ସମ୍ଭବପର ହେଉନଥିବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆ ଯାଉଛି l ଆଡଭୋକେଟ ଜେନେରାଲ ଏବଂ ବିଭାଗୀୟ ପରାମର୍ଶଦାତାଙ୍କ ପରାମର୍ଶ ଅନୁଯାୟୀ ଅଦାଲତର ବିଚାରାଧିନ ଥିବା ବିଭିନ୍ନ ମାମଲା ଗୁଡିକର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l
ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶକ୍ତି ବିଭାଗ ଆଇନ ପରାମର୍ଶଦାତା ଶ୍ରୀ ସଞ୍ଜୟ ସେନ ଅନଲାଇନ ମାଧ୍ୟମରେ ଯୋଡ଼ିହୋଇ ବୈଠକରେ ଯୋଗଦେଇ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ଉପାୟ ଉପରେ ଆଲୋକପାତ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking