35.1 C
Bhubaneswar
Wednesday, April 1, 2026
Homeଓଡିଶାଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଯୁଦ୍ଧ ବିରୁଦ୍ଧରେ ଶାନ୍ତି ଶୋଭାଯାତ୍ରା

ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଯୁଦ୍ଧ ବିରୁଦ୍ଧରେ ଶାନ୍ତି ଶୋଭାଯାତ୍ରା

ଯାଜପୁର: ଏସ ୟୁ ସି ଆଇ(କମ୍ୟୁନିଷ୍ଟ)ପକ୍ଷରୁ ଯୁଦ୍ଧଖୋର ସାମ୍ରାଜ୍ୟବାଦୀ ଆମେରିକା ମଧ୍ୟପ୍ରାଚ୍ୟ ସମେତ ଦେଶେ ଦେଶେ ଯୁଦ୍ଧ ଲଗାଇବା ପ୍ରତିବାଦରେ ଦେଶ ବ୍ୟାପି ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ।ଏହି ପରିପ୍ରେକ୍ଷୀରେ ଆଜି ବ୍ୟାସନଗର ଠାରେ ଦଳର କର୍ମୀ ମାନେ ହାତରେ ବ୍ୟାନର ,ପ୍ଲାକାର୍ଡ ଧରି ସ୍ଥାନୀୟ ଗୋପବନ୍ଧୁ ଛକ ଠାରୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ଯୁଦ୍ଧ ନୁହଁ ଶାନ୍ତି ଚାହୁଁ, ଆମେରିକା ମଦତରେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କର, ପୁଞ୍ଜିବାଦ ସାମ୍ରାଜ୍ୟବାଦ ମୂର୍ଦ୍ଦାବାଦ, ସାମ୍ରାଜ୍ୟବାଦୀ ଆମେରିକା ଧ୍ଵଂସ ହେଉ, ଭାରତ ସରକାର ତୁମ ଆମେରିକା ତୋଷଣ ନୀତି ବନ୍ଦକର ଆଦି ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କଲା ପରେ ଶୋଭାଯାତ୍ରା ଗୋପବନ୍ଧୁ ଛକରେ ପହଞ୍ଚିଥିଲା। ସେଠାରେ ପାର୍ଟିର ରାଜ୍ୟ କମିଟି ସଭ୍ୟ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ କମିଟି ସଭ୍ୟ ସୁରେଶ ପ୍ରଧାନ , କେଦାରନାଥ ସାହୁ,ଶ୍ରମିକନେତା ରାଜକିଶୋର ମହାନ୍ତ ପ୍ରଭୁତି ବକ୍ତବ୍ୟ ରଖିଥିଲେ ଓ ଆମେରିକାର ଯୁଦ୍ଧଖୋର୍ ନୀତିର ଦୃଢ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଘନାଦ ମଲ୍ଲିକ,ଲକ୍ଷ୍ମୀଧର ମଲ୍ଲ ,ବିଜୟ ଜେନା, ଚୈତନ୍ୟ ସାହୁ,ନିରୁପମା ବେହେରା,ମନୋଜ ସେଠୀ,ଶରତ ବାରିକ ,ନାରାୟଣ ପରିଡ଼ା ,ଅଲେଖ ମଲ୍ଲିକ, ରାଧାକାନ୍ତ ଜେନା,ପ୍ରଶାନ୍ତ ମଲ୍ଲିକ,ଶରତ ଜେନା, ଲିଲି ମହାନ୍ତ,କାର୍ତ୍ତିକ ହାଲଦାର, ସୌଦାଗର ବେହେରା ଆଦି ସହଯୋଗ କରିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking