32.4 C
Bhubaneswar
Monday, October 7, 2024
Homeଦେଶ ବିଦେଶକଂଗ୍ରେସ-ଏନ୍‌ସି ମେଣ୍ଟରେ ସାମିଲ ହେବ ପିଡିପି ନେତା ଜୁବୈଦ ୟୁସୁଫ ମିର

କଂଗ୍ରେସ-ଏନ୍‌ସି ମେଣ୍ଟରେ ସାମିଲ ହେବ ପିଡିପି ନେତା ଜୁବୈଦ ୟୁସୁଫ ମିର

ଶ୍ରୀନଗର : ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ସମ୍ଭାବ୍ୟ ଫଳାଫଳ ନେଇ ଏକ୍‌ଜିଟ ପୋଲ ପ୍ରକାଶ ପାଇବା ପରେ  କଂଗ୍ରେସ ସହ ମିଶି ତାଙ୍କ ଦଳ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଏନ୍‌ସି (ନ୍ୟାସନାଲ କନ୍‌ଫରେନ୍ସ) ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା । ସେ କହିଛନ୍ତି ତାଙ୍କ ମେଣ୍ଟରେ ପିଡିପି ମଧ୍ୟ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି ।   ପିଡିପି ନେତା ଜୁବୈଦ ୟୁସୁଫ ମିର  କହିଥିଲେ କି ବିଜେପିକୁ କ୍ଷମତାରୁ ଦୂରେଇ  ରଖିବାକୁ ହେଲେ ତାଙ୍କ ଦଳ କଂଗ୍ରେସ ଓ ଏନ୍‌ସି  ମେଣ୍ଟକୁ ସମର୍ଥନ କରିବ । ଏହା ଉପରେ ରବିବାର ପ୍ରତିକ୍ରିୟା ପ୍ରକାଶ କରି ଫାରୁକ୍‌ କହିଛନ୍ତି ମିରଙ୍କ  ବୟାନକୁ ସେ ସ୍ୱାଗତ କରୁଛନ୍ତି । ମିରଙ୍କ ଚିନ୍ତାଧାରା  ଓ ବିଚାର ମଧ୍ୟ ଭଲ । ସେମାନେ ସମସ୍ତେ ଗୋଟିଏ  ପଥର ଯାତ୍ରୀ । ଘୃଣାର ଅନ୍ତ ଘଟାଇ ଜମ୍ମୁ-କାଶ୍ମୀର  ଓ ଏଠାକାର ଲୋକଙ୍କୁ ଏକାଠି କରିବାକୁ ହେବ ।  ଶନିବାର ୫ଟି ସଂସ୍ଥା ପ୍ରକାଶ କରିଥିବା ଏକଜିଟ୍‌  ପୋଲ ଫଳାଫଳ ଅନୁସାରେ ଜମ୍ମୁ-କାଶ୍ମୀରରେ  କଂଗ୍ରେସ-ଏନ୍‌ସି ମେଣ୍ଟ ସରକାର ଗଠନ କରିବ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ  ୯୦ ବିଧାନସଭା ଆସନରୁ ମେଣ୍ଟକୁ ୪୦-୫୦  ଆସନ ମିଳିବ । ବିଜେପିକୁ ୨୫-୩୦ ଆସନ ମିଳିବାକୁ ଥିଲା ବେଳେ ପିଡିପିକୁ ୮-୧୨ ଆସନ  ମିଳିବ । ଅନ୍ୟପକ୍ଷରେ ଆଉ ୫ଟି ସଂସ୍ଥାର  ଆକଳନ ଅନୁସାରେ ଏଠାରେ ଝୁଲା ସରକାର ହେବ । ଅର୍ଥାତ କଂଗ୍ରେସ-ଏନ୍‌ସି ମେଣ୍ଟ ପାଇଁ  କିଛି ସହଯୋଗୀଙ୍କ ଆବଶ୍ୟକ ପଡିବ । ଏହି  ପରିପ୍ରେକ୍ଷୀରେ ପିଡିପି ସମର୍ଥନ କରିବ ବୋଲି  ମିର ବୟାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking