16.1 C
Bhubaneswar
Wednesday, January 14, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର:  ରାଜ୍ୟରେ ବିଜେପି ଦଳ ଶାସନ କ୍ଷମତାକୁ ଆସିବା ଏକବର୍ଷ ପୂର୍ଣ୍ଣ ହୋଇଛି । ଏହି ଏକ ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ତା ସହିତ ସାରା ରାଜ୍ୟରେ ନାରୀ ନିର୍ଯ୍ୟାତନା, ବାଳିକା ଅପହରଣ ଓ ଗଣଧର୍ଷଣ ଉଦ୍‌ବେଗ ଜନକ ଭାବରେ ବୃଦ୍ଧି ପାଇଛି । ଏହି ସବୁ ଘଟଣାକୁ ଅନୁଧ୍ୟାନ କରିବାପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀମତୀ ଦିପା ଦାସମୁନ୍‌ଷିଙ୍କ ଆବାହକତ୍ୱରେ ସାସଂଦ ଶ୍ରୀମତୀ ରଞ୍ଜିତ ରଞ୍ଜନ, ସାଂସଦ ଶ୍ରୀମତୀ ପ୍ରଣିତି ସିନ୍ଧେ, ସାଂସଦ ଶ୍ରୀମତୀ ଏସ ଜଥିମଣି ଓ ଶ୍ରୀମତୀ ଶୋଭା ଓଜାଙ୍କୁ ନେଇ ଗଠିତ ଏକ ତଥ୍ୟ ଅନୁଧ୍ୟାନ କମିଟି ଓଡ଼ିଶା ଆସିଛନ୍ତି ଏବଂ ବିଭିନ୍ନ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି । ଆସନ୍ତା ୨୪.୬.୨୦୨୫ ରିଖ ଦିବା ୧୦ ଘଂଟା ସମୟରେ ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ତଥ୍ୟ ଅନୁଧ୍ୟାନ କମିଟି ଏବଂ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ଭେଟି ଏ ସମ୍ପର୍କରେ ଆଲୋଚନା କରିବାପାଇଁ ପିସିସି ସଭାପତି ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଉପରୋକ୍ତ ନେତୃବୃନ୍ଦଙ୍କୁ ସମୟ ଦେଇ ଆଲୋଚନା କରିବେ ବୋଲି ଶ୍ରୀ ଦାସ ଅନୁରୋଧ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking