16.1 C
Bhubaneswar
Tuesday, February 10, 2026
Homeଓଡିଶାମହିଳାଙ୍କ ନିର୍ଯ୍ୟାତନା ବୃଦ୍ଧି ନେଇ ପିସିସି ସଭାପତି ଗଠନ କଲେ ତଥ୍ୟ ଅନୁଧ୍ୟାନ କମିଟି

ମହିଳାଙ୍କ ନିର୍ଯ୍ୟାତନା ବୃଦ୍ଧି ନେଇ ପିସିସି ସଭାପତି ଗଠନ କଲେ ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର: ବିଜେପି ଶାସନର ୮ ମାସ ମଧ୍ୟରେ ରାଜ୍ୟରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି।ବର୍ତ୍ତମାନ ବି ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଦେଖାଗଲେ ଦିନକୁ ପ୍ରାୟ ୭ ଜଣ ମହିଳା ଅତ୍ୟାଚାରର ଶିକାର ହେଉଛନ୍ତି। ଏହାଠୁ ବେଶୀ ହୃଦୟ ବିଦାରକ ଓ ଅସହ୍ୟ ବର୍ବୋରୋଚିତ କାମ ସ୍ଵାଧୀନ ଭାରତ ବର୍ଷରେ କଣ ହୋଇପାରେ । ଏଣୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ଚିନ୍ତାକରି ପ୍ରତ୍ୟେକ ଘଟଣାର ତଦନ୍ତ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ଉକ୍ତ କମିଟିର ଅଧ୍ୟକ୍ଷ ଥିବା ବେଳେ ପୂର୍ବତନ ବିଧାୟକ ସୁଜିତ ପାଢ଼ୀ,ବିଧାୟକ ଶୋଫିଆ ଫିର୍ଦୋଷ,ବିଧାୟକ ସତ୍ୟଜିତ ଗମାଙ୍ଗ,ଏଆଇସିସି ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା,କଂଗ୍ରେସ ନେତା ମାନସ ମଲ୍ଲିକ ଓ ଲିପିକା ମାଝୀ ପ୍ରମୁଖ ସଦସ୍ୟ ରହିଛନ୍ତି। ଉକ୍ତ କମିଟି ଖୁବଶିଘ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିବେ ଏବଂ ସବିଶେଷ ତଥ୍ୟ ପିସିସିକୁ ପ୍ରଦାନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଓପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking