26.1 C
Bhubaneswar
Friday, March 27, 2026
Homeଓଡିଶାଭାରତର ବୀର ସୈନିକମାନଙ୍କୁ ସମର୍ଥନ ଜଣାଇ ପିସିସି ପକ୍ଷରୁ ରକ୍ତଦାନ ଶିବିର

ଭାରତର ବୀର ସୈନିକମାନଙ୍କୁ ସମର୍ଥନ ଜଣାଇ ପିସିସି ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର:  ଭାରତର ବୀର ସୈନିକମାନେ ଯେପରି ଅଦ୍ୟମ ସାହସ ଓ ପରାକାଷ୍ଠା ଦେଖାଇ ପାକିସ୍ଥାନ ଉପରେ ପ୍ରତିଶୋଧ ନେଇଛନ୍ତି ସେମାନଙ୍କୁ ଦୃଢ଼ ସମର୍ଥନ ଜଣାଇ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଦେଶମାତୃକାକୁ ରକ୍ଷା କରିବାପାଇଁ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଆମର ବୀର ଯବାନମାନେ ଯେଭଳି ସେବା କରୁଛନ୍ତି ଓ ପାକିସ୍ଥାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେମାନଙ୍କୁ ସମର୍ଥନ ଓ ସମ୍ମାନ ଜଣାଇବା ହେଉଛି ଆଜିର ଏହି ରକ୍ତଦାନ ଶିବିର।

ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ମନୋଜ ସିଂ, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ରଣଜିତ ପାତ୍ର, ମହମ୍ମଦ ଇମଦାଦ, ପ୍ରକାଶ ମିଶ୍ର, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ପ୍ରଦୀପ ମହାପାତ୍ର, ସୁଧାଂଶୁ ଦେଓ, ଉଦିତ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ମାନସ ମଲ୍ଲିକ, ସିଦ୍ଧାଥ ଦାସ, ପ୍ରକାଶ ଜେନା, ଲିଙ୍ଗରାଜ ସାହୁ, ରାଜକିଶୋର ବାରିକ, ପ୍ରଶନ୍ନ ନାୟକ, ସଂଜୟ କୁମାର ମଣ୍ଡଳ, ଉମେଶ ଚନ୍ଦ୍ର ଦାସ, ଦେବ ପ୍ରସାଦ ନାୟକ, ବିରଞ୍ଚୁ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking