19.1 C
Bhubaneswar
Monday, February 2, 2026
Homeଓଡିଶାପିସିସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ପିସିସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର:  ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ନେତାଗଣ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ଗାନ୍ଧୀ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସମିର କୁମାର ରାଉତରାୟ, ଡ. ଦେବାଶିଷ ପଟ୍ଟନାୟକ, ମିନାକ୍ଷି ବାହିନୀପତି, ପ୍ରକାଶ ଜେନା, ଅଭୟ ସାହୁ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ରଜନୀ ମହାନ୍ତି, ସୁମିତା ବିଶ୍ୱାଳ, ବିଶ୍ୱକଲ୍ୟାଣୀ କର, ଗିତାଞ୍ଜଳି ମହାନ୍ତି, ତରୁଣ ମିଶ୍ର, ଆଲୋକ ମହାନ୍ତି, ମୋଟରାଜ ଡୁଙ୍ଗଡୁଙ୍ଗ, କୁସୁମ ପ୍ରଧାନ, ଭାସ୍କର ସେଠୀ, ଶ୍ରେୟାସ୍ମିିତା ପଣ୍ଡା, ମିହିର ଆଚାର୍ଯ୍ୟ, ରାଜକିଶୋର ବାରିକ, ଦେବେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ମଲ୍ଲିକ, ଗୋପାଳ ଖଣ୍ଡେଲୱାଲ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking