କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ଘନ ଘନ ଖୋଳତାଡ । ଗାଁରେ ପହଞ୍ଚି ପୋଲିସର ତନାଘନା ଜାରି ରହିଛି । ଗାଁରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ମୃତ ଛାତ୍ରୀଙ୍କ ବୟଫ୍ରେଣ୍ଡ ଠାରୁ ମୃତ୍ୟୁ ପଛର ରହସ୍ୟ ଉଗାଳୁଛି ରହସ୍ୟକାରୀ ଟିମ । ଏପରିକି ମୃତ ଛାତ୍ରୀଙ୍କ ବାପା ,ମା ଏବଂ ଭାଇକୁ କେନ୍ଦ୍ରାପଡା ଏସପି ଜେରା କରିଛନ୍ତି । ଏହାରିୁ ଭିତରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନା ଆସୁଛି । ବୟଫ୍ରେଣ୍ଡଙ୍କ ମାଆ ଏବଂ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ଯୁବତୀଙ୍କ ତାଙ୍କ ବାପା ହିଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରମୋଦଙ୍କ ମାଆ । ସେପଟେ ମୃତ ଛାତ୍ରୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି , କେନ୍ଦ୍ରାପଡା ସାଂସଦ ତଥା ବିଜେପି ରଷ୍ଟ୍ର ଉପାଧକ୍ଷ ବୈଜୟନ୍ତ ପଣ୍ଡା ।










