17.1 C
Bhubaneswar
Tuesday, December 9, 2025
Homeଓଡିଶାପାଟଣାଗଡ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ

ପାଟଣାଗଡ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ

ପାଟଣାଗଡ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ରାୟ । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ବୁଧବାର ସକାଳୁ କଡା ସୁରକ୍ଷାରେ ବଲାଙ୍ଗୀର ଜେଲରୁ ପୁଞ୍ଜିଲାଲଙ୍କୁ କୋର୍ଟକୁ ଅଣାଯାଇଥିଲା । ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି ପାଟଣାଗଡ ଏଡିଜେ କୋର୍ଟ । ସାଢେ ୭ବର୍ଷ ପରେ ଚୂଡାନ୍ତ ରାୟ ଆସିବାକୁ ଯାଉଥିବାରୁ ନ୍ୟାୟ ଅପେକ୍ଷାରେ ରହିଛନ୍ତି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୌମ୍ୟ ଶେଖରଙ୍କ ପରିବାର । କୋର୍ଟ ତାଙ୍କ ପୁଅ ଓ ପରିବାରକୁ ନ୍ୟାୟ ଦେବେ ବୋଲି ଆଶାବାଦୀ ଅଛନ୍ତି ସୌମ୍ୟ ଶେଖରଙ୍କ ବାପା ଓ ମା । ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର । ସୂଚନା ଅନୁସାରେ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରକୁ ଉପହାର ଆକାରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ସୌମ୍ୟଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking