ଭୁବନେଶ୍ୱର: ଭୁବନେଶ୍ୱରରେ ଜାନୁଆରୀ ୪ରେ ଚଳିତ ସିଜନ୍ର ପ୍ରଥମ ‘ପଥ ଉତ୍ସବ’। ଜନପଥର ମାଷ୍ଟରକ୍ୟାଣ୍ଟିନ ଓ ରାମ ମନ୍ଦିର ମଧ୍ୟରେ ଉତ୍ସବ ପାଳନ ହେବ। ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି। ‘ପଥ ଉତ୍ସବ’ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ ଏବଂ ମନୋରଞ୍ଜନକାରୀ ଷ୍ଟ୍ରିଟ୍ ଫେଷ୍ଟିଭାଲ୍।










