ଯାଜପୁର: ଆଜି ନିତ୍ୟ ଯୋଗ କକ୍ଷ, ବ୍ୟାସନଗର ଶାଖା ତରଫରୁ ପତଞ୍ଜଳି ଭାରତ ସ୍ବାଭିମାନ ନ୍ଯାସର ୩୨ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ନିତ୍ୟ ଯୋଗ କକ୍ଷର କାର୍ଯ୍ୟାଳୟରେ ନବକୁଣ୍ଡୀୟ ମହାଯଜ୍ଞ ର ଆୟୋଜନ କରାଯାଇଥିଲା। ଶ୍ରୀ ଯୁକ୍ତ ଦେବେନ୍ଦ୍ରନାଥ ପାଣିଗ୍ରାହୀ ଙ୍କ ପୋରହିତ୍ଯ ରେ ଜିଲ୍ଲା ପ୍ରଭାରୀ ବିବେକାନନ୍ଦ ଜେନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ନବକୁଣ୍ଡୀୟ ଯଜ୍ଞ ରେ ୫୦ ଜଣ ଯୋଗୀ ଭାଈ ଓ ଭଉଣୀ ଅଂଶ ଗ୍ରହଣ କରିଥିଲେ। ବକ୍ତା ମାନଙ୍କ ଦ୍ଵାରା ଭାରତୀୟ ଯଜ୍ଞିୟ ସଂସ୍କୃତି ଓ ଯୋଗ ପ୍ରାଣାୟାମ ର ଉପକାରିତା ସଂପର୍କରେ ଆଲୋଚନା କରାଯାଇଥିଲା। ଯଜ୍ଞ କାର୍ଯ୍ୟରେ ଶ୍ରୀଯୁକ୍ତ ପିତବାସ ସାହା ଓ ତାଙ୍କର ଧର୍ମପତ୍ନୀ ପୁରୋଭାଗର ରହି ସାହାଯ୍ୟ କରିଥିଲେ। ଶେଷରେ ବ୍ୟାସନଗର ତହସିଲ ପ୍ରଭାରୀ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।








