17.1 C
Bhubaneswar
Friday, February 6, 2026
Homeଓଡିଶାମଝି ଚିଲିକାରେ ଫସିଲେ ଯାତ୍ରୀ: ଜଣେ ନିଖୋଜ

ମଝି ଚିଲିକାରେ ଫସିଲେ ଯାତ୍ରୀ: ଜଣେ ନିଖୋଜ

ଗଞ୍ଜାମ: କୁହୁଡି ହେଲା କାଳ । ମଝି ଚିଲିକାରେ ଫସିଲେ ଯାତ୍ରୀ , ଜଣେ ନିଖୋଜ । ମିଳୁନି ପତ୍ତା । ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ । କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଛି । ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା ।  ଏଥିରେ  ୫୦ ଜଣ ଯାତ୍ରୀଙ୍କ ସହିତ ଗୋଟିଏ ଯାତ୍ରୀବାହୀ ବସ ରହିଥିଲା । ଦୁଇଟି କାର ମଧ୍ୟ ରହିଛିା ତେବେ ଚିଲିକାରେ ପ୍ରବଳ କୁହୁଡି କାରଣରୁ ବାଟନ ଦେଖାଯିବାରୁ ଅଟକି ଯାଇଛି ଭସାପୋଲ । ହେଲେ ଏସବୁ ଭିତରେ ବଡ ଅଘଟଣର ଖବର ସାମ୍ନାକୁ ଆସିଛି । ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ଭସାପୋଲରୁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଉମା ଶଙ୍କର ସାବତ । ସେ ବ୍ରହ୍ମପୁରର ବୋଲି ଜଣାପଡିଛି । ଭସାପୋଲରେ ତାଙ୍କ ଟୋପି ଏବଂ ଚପଲ ପଡିଛି । କିନ୍ତୁ ତାଙ୍କର ପତ୍ତା ଏ ଯାଏଁ ମିଳିପାରିନାହିଁ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking