ମଧ୍ୟପ୍ରଦେଶ : ଜରୁରୀ ଅବତରଣ କଲା ଅକାସା ଏୟାରର ଏକ ବିମାନ । ମଧ୍ୟପ୍ରଦେଶ ଭୋପାଳରେ ଜଣେ ଯାତ୍ରୀ ଅସୁସ୍ଥ ହେବା କାରଣରୁ ବିମାନର ଜରୁରୀ ଅବତରଣ କରାଯାଇଛି। ସୂଚନା ଅନୁସାର, ଆଜି ୧୭୨ ଜଣ ଯାତ୍ରୀଙ୍କୁ ନେଇ ଅକାସା ଏୟାରର କ୍ୟୁପି୧୫୨୪ ବାରଣାସୀରୁ ମୁମ୍ବାଇ ଯାଉଥିଲା। ବିମାନ ଉଡାଣର କିଛି ସମୟ ପରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଜଣେ ବିମାନ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ, ଅକାସା ଏୟାର କ୍ୟୁପି୧୫୨୪ ବାରଣାସୀ-ମୁମ୍ବାଇ ଫ୍ଲାଇଟର ଜରୁରୀ ଅବତରଣ କରାଯାଇଛି। ମେଡିକାଲ ଏମର୍ଜେନ୍ସି କାରଣରୁ ଜରୁରୀ ଅବତରଣ କରାଯାଇଥିଲା। ହେଲେ କ୍ୟାବିନ କ୍ରୁ ଏବଂ ବୋର୍ଡରେ ଥିବା ଡାକ୍ତରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆମର ସମସ୍ତ ପ୍ରକାର ସହଯୋଗ ମୃତକଙ୍କ ପରିବାର ପ୍ରତି ରହିଛି। ଏହା ନିଶ୍ଚିତ ରୂପେ ଏକ ଦୁଃଖଦ ଘଟଣା ବୋଲି ଅଧିକାରୀ ଜଣକ କହିଛନ୍ତି।










