23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୮ ମୃତ, ୨୭ ଆହତ

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା : ୮ ମୃତ, ୨୭ ଆହତ

ମେକ୍ସିକୋ : ପୂର୍ବ ମେକ୍ସିକୋରେ ଏକ ଯାତ୍ରୀବାହୀ ବସ୍ ଓ ସେମି ଟ୍ରେଲର ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଗତକାଲି ପୂର୍ବ ରାଜ୍ୟ ଭେରାକ୍ରୁଜର ପେରୋଟେ-ଜାଲାପା ରାଜପଥରେ ଏହି ଦୁର୍ଘଟଣା ଘଟି ୪ ଜଣ ମହିଳା ଓ ଜଣେ ନାବାଳକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟ ଏକ ଘଟଣାରେ ଗୁରୁବାର ପଶ୍ଚିମ ମେକ୍ସିକୋ ରାଜ୍ୟ ମିକୋଆକାନରେ ଏକ ସଡ଼କ ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେକ୍ସିକୋକୁ ବିଶ୍ୱରେ ସର୍ବାଧିକ ଟ୍ରାଫିକ୍ ଦୁର୍ଘଟଣା ସହ ସପ୍ତମ ଏବଂ ଲାଟିନ ଆମେରିକାରେ ଏହି ଘଟଣା ଯୋଗୁଁ ହେଉଥିବା ମୃତ୍ୟୁରେ ତୃତୀୟ ଦେଶ ଭାବରେ ମାନ୍ୟତା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking