ଭୁବନେଶ୍ୱର: ଏସସି/ ଏସଟି ଜାତୀୟ ସଂସତଦୀୟ ସମ୍ମିଳନୀରେ ବାଚସ୍ପତି ଓମ ବିର୍ଲା ସମ୍ବୋଧନ କରିଛନ୍ତି । କହିଛନ୍ତି , ଜାତି /ଜନଜାତିଙ୍କ ପାଇଁ ଭୁବନେଶ୍ୱର ଏଜେଣ୍ଡା- ୨୦୨୫ ପ୍ରସ୍ତୁତ ହୋଇଥିଲା । ୨୦୪୭ ସୁଦ୍ଧା ବାବା ସାହେବ ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରିବା ଦରକାର । ସବୁ ସରକାରୀ ଯୋଜନା ଲାଭ ଜାତି/ ଜନଜାତି ଲୋକଙ୍କ ପାଖରେ ପହଞ୍ଚୁ । ସଂସଦୀୟ ସମ୍ମିତି ହେଉଛି ମିନି ପାର୍ଲିଆମେଣ୍ଟ, ସବୁ ଅନୁଧ୍ୟାନ କରୁଛି । ବଜେଟର ବ୍ୟୟବରାଦ ଜାତି/ ଜନଜାତିଙ୍କ ପାଖରେ ପହଞ୍ଚୁଛି ନା ନାହିଁ ଦେଖୁଛି । ଜାତି/ ଜନଜାତିର ନୂଆ ପୀଢିଙ୍କୁ ସମାନ ସୁଯୋଗ ମିଳୁଛି ନା ନାହିଁ ଦେଖୁଛି । ଶିକ୍ଷା ଗ୍ରହଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟୟ ବରାଦ କରୁଛନ୍ତି । ଏସବୁ ସଠିକ ଅନୁଶୀଳନ ପାଇଁ ପ୍ରତି ବିଧାନସଭାରେ ସଂସଦୀୟ ସମ୍ମିତି ରହୁ ।










