ଭୁବନେଶ୍ୱର: ରାଜ୍ୟସଭା ପ୍ରସଙ୍ଗରେ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି , ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ କହିଲେ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ କହିଲେ ମନମୋହନ । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ପାତ୍ର ପ୍ରତକ୍ରିୟା ରଖି କହିଛନ୍ତି, ବିଜେଡିର ପ୍ରାର୍ଥୀ ରାଜନୈତିକ ଲୋକ ହେବା ଦରକାର । ଦଳ ପାଇଁ କଠିନ ପରିଶ୍ରମ କରିଥିବା ବରିଷ୍ଠ ରାଜ୍ୟସଭା ଗଲେ ଭଲ ହେବ । ବିଜେପି ୩ ଆସନ ମେଇପାରିବ ଯଦି ନେଇଯାଉ । ରାଜ୍ୟସଭା ନିଷ୍ପତ୍ତି ନବୀନ ନେବେ, ଅପେକ୍ଷା କରନ୍ତୁ କି ନିଷ୍ପତ୍ତି ନେବେ । ସେପଟେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖି କହିଛନ୍ତି, ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ । ସୂଚନାଥାଉକି, ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ ।










