17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶସଂସଦ ହେଉଛି ଗୌରବ ଗାନର କ୍ଷେତ୍ର: ମୋଦୀ

ସଂସଦ ହେଉଛି ଗୌରବ ଗାନର କ୍ଷେତ୍ର: ମୋଦୀ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ କିପରି ହୋଇଥିଲା, ଗୁଇନ୍ଦା ବିଫଳତା କିପରି ହୋଇଥିଲା, ଆତଙ୍କବାଦୀମାନେ କେଉଁଠାରୁ ଆସିଥିଲେ, ଅପରେସନ ସିନ୍ଦୁରକୁ ମଝିରେ କାହିଁକି ବନ୍ଦ କରାଯାଇଥିଲା ଏବଂ ହଠାତ୍ କାହିଁକି ଯୁଦ୍ଧବିରତି ଘୋଷଣା କରାଯାଇଥିଲା? ବିରୋଧୀଙ୍କ ଏହି ପ୍ରଶ୍ନଗୁଡ଼ିକୁ ନେଇ ଦେଶର ସଂସଦରେ ଏକ ବିରାଟ ବିତର୍କ ଚାଲିଛି। ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । କହିଲେ ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର । ମୁଁ ଆଜି ଭାରତର ପକ୍ଷ ରକ୍ଷା କରିବା ପାଇଁ ଛିଡା ହୋଇଛି । ୧୪୦ କୋଟି ଦେଶବାସୀଙ୍କ ଭାବନା ସହ ସ୍ୱର ମିଳାଇବାକୁ ଛିଡା ହୋଇଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ଧର୍ମ ପଚାରି ପର୍ଯ୍ୟଟକଙ୍କୁ ମାରିବା ନିଷ୍ଠୁରତାର ଚରମ କାର୍ଯ୍ୟ ଥିଲା । ଆମର ସଂକଳ୍ପ ଥିଲା ଆତଙ୍କୀଙ୍କୁ ମାଚିରେ ମିଶାଇବା । କଳ୍ପନା ଠାରୁ ଅଧିକା ସଜା ଦେବୁ, ତାହା କରି ଦେଖାଇଲୁ । ୬ ମଇ ରାତିରେ ୨୨ ମିନିଚ୍‌ରେ ୨୨ ଏପ୍ରିଲର ଜବାବ ଦେଲୁ । ପୂର୍ବରୁ ଅନେକ ଥର ପାକିସ୍ତାନ ସହ ମୁକାବିଲା ହୋଇଛି । ମାତ୍ର ଏଥର ଥିଲା ଅଲଗା, କେବଳ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କଲୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking