ନୋଏଡା: ନୋଏଡା ସେକ୍ଟର ୭୨ ରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାର୍କିଂ ବିବାଦ ଏକ ହିଂସାତ୍ମକ ମୁକାବିଲାରେ ପରିଣତ ହୋଇଥିଲା, ଯାହା ଫଳରେ ଏକ ଗାଡି ଭଙ୍ଗାରୁଜା କରିବା ସହ ଦୁଇ ମହିଳା ଏବଂ ନାବାଳିକା ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସୋମବାର ସନ୍ଧ୍ୟାରେ ସେକ୍ଟର ୭୨ର ବ୍ଲକ୍ ରେ ଏହି ଘଟଣା ଘଟିଥିଲା । ପାର୍କିଂ ସ୍ଥାନ ଉପରେ ଦୁଇ ପରିବାର ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ପରେ ଏହା ଉଗ୍ର ରୂପ ନେଇଥିଲା। ପରେ ଦୁଇ ପରିବାର ମଧ୍ୟରେ କ୍ରିକେଟ୍ ବ୍ୟାଟ୍ସ ଏବଂ ବାଡିରେ ଉଭୟ ଉଭୟଙ୍କୁ ଆକ୍ରମ,ଅଂ କରିବାକୁ ଲାଗିଥିଲେ ଓ ସେଠାରେ ପାର୍କ ହୋଇଥିବା ଏକ ନାଲି କାରର ଗ୍ଳାସ ଓ ଡୋର ଭାଙ୍ଗି ଦେଇଥିଲା ଯାହା ସିସିଟିଭି ରେ କଏଦ ହୋଇଥିଲା। ଏହି ଫୁଟେଜରେ ଉଭୟ ପରିବାରର ମହିଳା ମାନେ ଉଗ୍ର ରୂପ ନେଇ ଉଭୟ ଆକ୍ରମଣାତ୍ମକ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ସେକ୍ଟର ୧୧୩ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଥିଲା। ଏହା ପରେ ଅଧିକାରୀମାନେ ବିବାଦ ସହ ଜଡିତ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଏବଂ ତଦନ୍ତ ଚାଲିଛି।










