19.1 C
Bhubaneswar
Thursday, February 12, 2026
Homeଖେଳପ୍ୟାରିସ୍ ଅଲିମ୍ପିକ୍ସ : ମନୁ ଭାକର ହୋଇପାରନ୍ତି ମହିଳା ଧ୍ବଜାବାହକ

ପ୍ୟାରିସ୍ ଅଲିମ୍ପିକ୍ସ : ମନୁ ଭାକର ହୋଇପାରନ୍ତି ମହିଳା ଧ୍ବଜାବାହକ

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଉଦ୍‌ଯାପନୀ ସମାରୋହରେ ମନୁ ଭାକର ମହିଳା ଧ୍ବଜାବାହକ ହୋଇପାରନ୍ତି ଏବଂ ପୁରୁଷ ପତାକାବାହକଙ୍କ ନାମ ଅପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗଷ୍ଟ ୧୧ତାରିଖରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ତେବେ ମନୁ ଭାକର ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ଦୁଇଟି ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି। ଟୋକିଓ ଅଲିମ୍ପିକ୍ସ-୨୦୨୧ର ୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ତାଙ୍କର ବନ୍ଧୁକରେ ତ୍ରୁଟି ଦେଖାଦେଇଥିଲା, ଯେଉଁଥିପାଇଁ ସେ ସମୟ ଅଭାବର ସମ୍ମୁଖୀନ ହୋଇଥିଲେ ଏବଂ ଏହି କାରଣରୁ ସେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିନଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାକର ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ। ପରେ ସରବଜୋତ ସିଂହଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସର ଉଦ୍ ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରତ କମଲ। ତେବେ ସମାପନୀ ସମାରୋହରେ ଭାରତୀୟ ଦଳର ପତାକାବାହକ କିଏ ହେବେ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking