37.6 C
Bhubaneswar
Saturday, April 11, 2026
Homeଖେଳପ୍ୟାରିସ୍‌ ଅଲିମ୍ପିକ୍ସ : ସୁଟିଂରେ ପଦକ ଜିତିଛି ଭାରତ

ପ୍ୟାରିସ୍‌ ଅଲିମ୍ପିକ୍ସ : ସୁଟିଂରେ ପଦକ ଜିତିଛି ଭାରତ

ନୂଆଦିଲ୍ଲୀ : ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ରବିବାର ଦେଶକୁ ପ୍ରଥମ ପଦକ ଦେଇଛନ୍ତି ସୁଟର ମନୁ ଭାକର। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ କାଂସ୍ୟ ପଦକ ଜିତିଛନ୍ତି ମନୁ ଭାକର। ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା। ଏଥିସହ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ପଦକ ଜିତିଛି ଭାରତ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାତେଇ ନେଇଛି ଦକ୍ଷିଣ କୋରିଆ। ଓହ ୟେ ଜିନ୍ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିବାବେଳେ ରୌପ୍ୟ ପଦକ ଜିତିଛନ୍ତି କିମ୍ ୟେଜି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking