18.1 C
Bhubaneswar
Thursday, December 18, 2025
Homeଖେଳପ୍ୟାରିସ ଅଲିମ୍ପିକ୍ସ : ସେମି ଫାଇନାଲରେ ଲକ୍ଷ୍ୟ ସେନ୍

ପ୍ୟାରିସ ଅଲିମ୍ପିକ୍ସ : ସେମି ଫାଇନାଲରେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ‌ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ଅଲିମ୍ପିକ୍ସ ଏକକ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପିଭି ସିନ୍ଧୁ ଏବଂ ସାତ୍ରିକସାଇରାଜ ରଙ୍କିରେଡ୍ଡୀ-ଚିରାଗ ସେଟ୍ଟିଙ୍କୁ ମିଳିଥିବା ପରାଜୟରେ ନିରାଶ ଭାରତୀୟ ଫ୍ୟାନ୍ସ ଲକ୍ଷ୍ୟ ସେନ୍‌ଙ୍କ ଜବରଦସ୍ତ ପ୍ରଦର୍ଶନରେ ପଦକ ଆଶା ବାନ୍ଧିଛନ୍ତି ।ଲକ୍ଷ ସେନ୍ ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି। ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ଲକ୍ଷ ସେନ୍ ନିଜର କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମେ ପଛରେ ରହିବା ପରେ ଜୋରଦାର କମବ୍ୟାକ କରିଥିଲେ। କ୍ବ‌ାର୍ଟରଫାଇନାଲ୍‌ରେ ତାଇୱାନର ସଟଲରଙ୍କୁ ୧୯-୨୧, ୨୧-୧୫, ୨୧-୧୨ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ଚେନ୍‌ ତିନ୍‌ ଚୋଉଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ‌ଗେମ୍‌କୁ ମାତ୍ର ଦୁଇ ପଏଣ୍ଟରେ ହାରିଥିବା ଲକ୍ଷ୍ୟ ପରବର୍ତ୍ତୀ ଦୁଇ ଗେମ୍‌ରେ ଚମତ୍କାର ଖେଳି କରି ଚୋଉଙ୍କୁ ପଛରେ ପକାଇ ‌ବିଜୟ ବାନା ଉଡ଼ାଇଥିଲେ। ଏହି ବିଜୟ ଫଳରେ ସେ ଅଲିମ୍ପିକ୍ସ ପଦକଠୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ପୂର୍ବରୁ ବ୍ୟାଡ୍‌ମିଣ୍ଟନରେ ଭାରତକୁ ୩ ପଦକ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking