20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା

୩ କୋଟିରୁ ଅଧିକ ପଞ୍ଜୀକରଣ ସହ ନୂଆ ରେକର୍ଡ ସ୍ଥାପନ କଲା ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରମୁଖ ପଦକ୍ଷେପ, ପରୀକ୍ଷା ପେ ଚର୍ଚ୍ଚା (ପିପିସି), ଡିସେମ୍ବର ୩୦, ୨୦୨୫ ସୁଦ୍ଧା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କଠାରୁ ୩ କୋଟିରୁ ଅଧିକ ପଞ୍ଜୀକରଣ ହାସଲ କରି ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏପରି ବିପୁଳ ସମର୍ଥନ ଏହି କାର୍ଯ୍ୟକ୍ରମର ବର୍ଦ୍ଧିତ ଲୋକପ୍ରିୟତାକୁ ଦର୍ଶାଉଛି । ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ମାନସିକ ସୁସ୍ଥତା ଉପରେ ଗୁରୁତ୍ବ ସହ ପରୀକ୍ଷା ପ୍ରତି ଏକ ସକାରାତ୍ମକ ଏବଂ ଆତ୍ମବିଶ୍ୱାସୀ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏହାର ସଫଳତାକୁ ଦର୍ଶାଏ । ଏହି କାର୍ଯ୍ୟକ୍ରମରେ ବିପୁଳ ଅଂଶଗ୍ରହଣ ଦର୍ଶାଏ ଯେ ପରୀକ୍ଷା ପେ ଚର୍ଚ୍ଚା ଏକ ପ୍ରକୃତ ଗଣ ଆନ୍ଦୋଳନ ଭାବରେ ଉଭା ହୋଇଛି, ଯାହାର ଦେଶବ୍ୟାପୀ ଛାତ୍ର ଏବଂ ଶିକ୍ଷକଙ୍କ ସହିତ ଏକ ଗଭୀର ସମ୍ପର୍କ ରହିଛି। ପରୀକ୍ଷା ପେ ଚର୍ଚ୍ଚା ୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଡିସେମ୍ବର ୧, ୨୦୨୫ ରେ ମାଇଗଭ୍ ପୋର୍ଟାଲରେ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଆୟୋଜିତ ଏହି ପଦକ୍ଷେପ ଶିକ୍ଷା ଏବଂ ମତବିନିମୟର ଏକ ବହୁ ପ୍ରତୀକ୍ଷିତ ମହୋତ୍ସବରେ ପରିଣତ ହୋଇଛି, ଯାହା ଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କୁ ଏକ ସାଧାରଣ ମଞ୍ଚରେ ଏକାଠି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking