20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶପାକିସ୍ତାନ ସହ ପାର୍ସଲ ଆଦାନ ପ୍ରଦାନ ବନ୍ଦ

ପାକିସ୍ତାନ ସହ ପାର୍ସଲ ଆଦାନ ପ୍ରଦାନ ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ସହ  ପାର୍ସଲ ଆଦାନ ପ୍ରଦାନ ବନ୍ଦ । ଏନେଇ  ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ଉଭୟ ଆକାଶପଥ ଓ ସ୍ଥଳପଥରେ ପାର୍ସଲ ଆଦାନ ପ୍ରଦାନ ବ୍ୟାନ କରାଯାଇଛି । ସେହିପରି ଭାରତୀୟ ବନ୍ଦରକୁ ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ପାଇଁ ମନା କରାଯାଇଛି । ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ କରାଯାଇଛି ।  ଏନେଇ ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ମୁମ୍ବାଇ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପାକିସ୍ତାନରୁ  ସମସ୍ତ ପ୍ରକାର  ଆମଦାନୀ ବ୍ୟାନ  କରିଛନ୍ତି ଭାରତ ସରକାର ।ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ବ୍ୟାନ  ହୋଇଛି । ପାକିସ୍ତାନରେ ଉତ୍ପନ୍ନ କିମ୍ବା ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀକୁ ବ୍ୟାନ କରାଯାଇଛି । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।  ଜାତୀୟ ସୁରକ୍ଷା ଓ ସ୍ୱାର୍ଥକୁ ରଖି ପଦକ୍ଷେପ  ନିଆଯାଇଛି ବୋଲି ସ୍ପଷ୍ଟ କରିଛି ଡିଜିଏଫଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking