ଭୁବନେଶ୍ୱର : ୨୦୨୨ ବଡଗଡ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍ । ଦୋଷୀ ରମେଶ ଜେନାଙ୍କୁ ସଜା ଶୁଣାଇଲେ ଭୁବନେଶ୍ୱର ଏଡିଜେ-୪ । ପକ୍ଷଘାତ ଆକ୍ରାନ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ରମେଶ । ୧୦ ବର୍ଷ ଜେଲ୍ ସହ ୧୦ ହଜାର ଜରିମାନା ଦେବାକୁ ପଡିବ । ଯଦି ୧୦ ହଜାର ନଦେଇ ପାରିଲେ ତେବେ ତାଙ୍କୁ ଆଉ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଅର୍ଥାତ ୧୧ ବର୍ଷ ସଜା କାଟିବାକୁ ପଡିବ ।