32.1 C
Bhubaneswar
Wednesday, September 18, 2024
Homeପାରାଲିମ୍ପିକ୍ସ - 2024ପାରାଲିମ୍ପିକ୍ସ ୨୦୨୪ : ୮୪ ଜଣିଆ ଭାରତୀୟ ଦଳରେ ନାହାନ୍ତି ଓଡ଼ିଆ ଖେଳାଳି

ପାରାଲିମ୍ପିକ୍ସ ୨୦୨୪ : ୮୪ ଜଣିଆ ଭାରତୀୟ ଦଳରେ ନାହାନ୍ତି ଓଡ଼ିଆ ଖେଳାଳି

ଭୁବନେଶ୍ବର : ଆସନ୍ତା ୨୮ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍ସ । ୮୪ ଜଣିଆ ଭାରତୀୟ ଦଳ ଏଥିରେ ଭାଗ ନେବ । କିନ୍ତୁ ଏହି ଦଳରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନାହାନ୍ତି । ଏ ପର୍ଯ୍ୟନ୍ତ ମାତ୍ର ଦୁଇ ଜଣ ଓଡ଼ିଆ ପାରାଲିମ୍ପିକ୍ସରେ ଭାଗ ନେଇଛନ୍ତି । ସେମାନେ ହେଲେ ମାର୍କଣ୍ଡ ରେନ୍ଦି ଓ ପ୍ରମୋଦ ଭଗତ । ପାରା ଆଥଲେଟିକ୍ସରେ ମାର୍କଣ୍ଡ ୨୦୧୬ରେ କ୍ରୀଡ଼ାରେ ଏବଂ ବ୍ୟାଡମିଣ୍ଟନରେ ପ୍ରମୋଦ ୨୦୨୧ କ୍ରୀଡ଼ାରେ ଭାଗ ନେଇଥିଲେ । ପ୍ରମୋଦ ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଗତ ଥର ଭଳି ଏଥର ମଧ୍ୟ ଯୋଗ୍ୟତା ହାସଲ କରିଥିଲେ । କିନ୍ତୁ ଡୋପ୍ ନିୟମ ଉଲଂଘନ କରି ସେ ୧୮ ମାସ ପାଇଁ ବାସନ୍ଦ ହୋଇଛନ୍ତି । ତେଣୁ ସେ ପାରାଲିମ୍ପିକ୍ସ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ୫୪ ଜଣିଆ ଦଳ ଟୋକିଓ କ୍ରୀଡ଼ାରେ ଭାଗ ନେଇଥିଲା । ଏଥର ଏହି ସଂଖ୍ୟା ୮୪ରେ ପହଞ୍ଚିଛି । ଯାହା ଆଶା ଥୁଲା, ପ୍ରମୋଦ ନଗଲେ ନାହିଁ ଦୀପ ରଞ୍ଜନ ବିଶୋଇ (ବ୍ୟାଡମିଣ୍ଟନ) ଓ ଜୟନ୍ତୀ ବେହେରାଙ୍କୁ (ଆଥଲେଟିକ୍ସ) ସୁଯୋଗ ମିଳିବ । ମାତ୍ର ତାହା ହେଲା ନାହିଁ । ପାରାଲିମ୍ପିକ୍ସ ପାଇଁ ପିସିଆଇ(ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ) ଦଳ ଚୟନ କରିଥାଏ । ପିସିଆଇ କର୍ମକର୍ତ୍ତା ହିଁ କିଏ ଖେଳାଳି ଦଳରେ ସାମିଲ ହେବେ ତାହା ନିଷ୍ପତ୍ତି ନିଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking