19.1 C
Bhubaneswar
Tuesday, January 28, 2025
Homeଅପରାଧପନ୍ନୁ ଧମକ: ଗୁଗୁଲକୁ ତଥ୍ୟ ମାଗିଲା ଏସଟିଏଫ

ପନ୍ନୁ ଧମକ: ଗୁଗୁଲକୁ ତଥ୍ୟ ମାଗିଲା ଏସଟିଏଫ

ଭୁବନେଶ୍ୱର: ଖାଲିସ୍ତାନୀ ଆତଙ୍କୀବାଦୀ ପନ୍ନୁର ଧମକ ଘଟଣା। ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଗୁଗୁଲ ଠାରୁ ତଥ୍ୟ ମାଗିଲା ଏସଟିଏଫ। କେଉଁ ଆଇପି ଅଡ୍ରେସରେ ଅଡିଓ ଆସିଥିଲା । ସେନେଇ ତଥ୍ୟ ଦେବାକୁ କୁହାଯାଇଛି । ୨ୟ ଥର ମେଲ ଜରିଆରେ ଧମକ ନେଇ ତଥ୍ୟ ମଗାଗଲା । ଆବଶ୍ୟକ ସ୍ଥଳେ ଏନଆଇଏ ମାମଲାରେ ତଦନ୍ତ କରିପାରେ। ହେଲେ ଏନଆଇଏ ପାଖରୁ ଏଯାଏଁ କୌଣସି ତଥ୍ୟ ମିଳିପାରିନି। ତେବେ ସୂଚନାଯୋଗ୍ୟ ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଇମେଲ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା । ଏଥିରେ ଏକ ଅଡିଓ ମେସେଜ୍ ଆସିଥିଲା । ଡିଜିପି ସମ୍ମିଳନୀ ବେଳେ ପନ୍ନୁ ଦେଇଥିଲା ଧମକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking