21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସେନା ଗାଡ଼ି ଉପରେ ଆତଙ୍କୀ ହମଲା

ସେନା ଗାଡ଼ି ଉପରେ ଆତଙ୍କୀ ହମଲା

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା। କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଜି ଅଖନୁର ସେକ୍ଟରରେ ଏକ ଆର୍ମି ଗାଡ଼ି ଉପରକୁ ଗୁଳି ମାଡ଼ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି। ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଯବାନମାନେ ଏକ ଗାଡ଼ିରେ ଯାଉଥିଲେ। ଅଖନୁର ସେକ୍ଟେରର ବାଟା ଅଞ୍ଚଳରେ ସକାଳ ପ୍ରାୟ ୭ଟା ସମୟରେ ସେନା ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ସୌଭାଗ୍ୟବଶତଃ ଯବାନମାନେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଆକ୍ରମଣ ପରେ ସୁରକ୍ଷା ବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking