ଗଞ୍ଜାମ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । କହିଛନ୍ତି, ଅପରାଧୀଙ୍କୁ ଧରିବା ପାଇଁ ୬ଟି ଟିମ ହୋଇଛି । ବରିଷ୍ଠ ଅଧିକାରୀ ସ୍ଥାନୀତ ହୋଇଛନ୍ତି । ଡିଏସପି ରାଙ୍କର ଅଧିକାରୀ ମାମଲାର ଆଇଓ ଅଛନ୍ତି । ୫୦ ରୁ ଅଧ୍କ ସିସିଟିଭିଯାଞ୍ଚ ହୋଇଛି । ଆହୁରି ଅଧିକ ଯାଞ୍ଚ ହେବ । ବ୍ୟକ୍ତିଗତ , ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି । ଅତି ନିକଟରୁ ଗୁଳି କରାଯାଇଥିବା ଜଣାପଡିଛି । ସୂଚନାଥାଉକି, ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ଆଜି ସାରା ରାଜ୍ୟରେ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ଏବଂ ବିଭିନ୍ନ ଦାବି ମଧ୍ୟ ସରକାରଙ୍କ ପାଖରେ ରଖିଛନ୍ତି । ସୋମବାର ରାତି ୧୦ଟାରେ ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ । ସେହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ପ୍ରଥମେ ଆସିଥିଲେ । ତାଙ୍କ ଉପରକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେଇଠି ହିଁ ସେ ବେହୋସ ହୋଇ ପଡିଯାଇଥିଲେ । ପାଖରେ ଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ । ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖର କଥା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।










