24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଏହି ୩ ଦେଶର ନୋଟ୍‌ ଉପରେ କରେ ନିର୍ଭର ପାଲେଷ୍ଟାଇନ୍‌

ଏହି ୩ ଦେଶର ନୋଟ୍‌ ଉପରେ କରେ ନିର୍ଭର ପାଲେଷ୍ଟାଇନ୍‌

ନୂଆଦିଲ୍ଲୀ: ଯୁଦ୍ଧ ଭୂମି ପାଲଟିଛି ପାଲେଷ୍ଟାଇନ୍ । ୭ ଅକ୍ଟୋବର ୨୦୨୩ରୁ ପାଲେଷ୍ଟାଇନ୍‌ର ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା ଜାରି ରହିଛି। ଏବେ ଏହି ଅଞ୍ଚଳର ସ୍ଥିତି ଖୁବ୍ ଖରାପ ହୋଇ ପଡିଛି। ଏହାଛଡା ପାଲେଷ୍ଟାଇନ୍‌ର ଏକ ଅଂଶ ଓ୍ବେଷ୍ଟ ବ୍ୟାଙ୍କର ସ୍ଥିତି ମଧ୍ୟ ଖୁବ୍ ଖରାପ ହୋଇଯାଇଛି। କେବଳ ସେତିକି ନୁହେଁ, ପାଲେଷ୍ଟାଇନ୍ ଦୁନିଆର ଏଭଳି ଦେଶ, ଯାହା ପାଖରେ ନିଜର କୌଣସି କରେନ୍ସି ନାହିଁ। ଏହି ସ୍ଥିତି ଆଜିର ନୁହେଁ ୭୦ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଛି। ବର୍ତ୍ତମାନ ପାଲେଷ୍ଟାଇନ୍‌ର କୌଣସି କରେନ୍ସି ନାହିଁ।

ଇସ୍ରାଏଲ ସହ ତିନି ଦେଶର ନୋଟ୍ ଦ୍ବାରା ଏହାର କାରବାର ଚାଲିଥାଏ। ସେୟାର ବଜାର, ଅର୍ଥବ୍ୟବସ୍ଥା, କେନ୍ଦ୍ରୀୟ ବ୍ୟାଙ୍କ ଭଳି କୌଣସି ବ୍ୟବସ୍ଥା ପାଲେଷ୍ଟାଇନ୍ ନିକଟରେ ନାହିଁ। ତେବେ ପାଲେଷ୍ଟାଇନ୍ ମୁଦ୍ରା ପ୍ରାଧିକରଣ ଏହାର ଆର୍ଥିକ ମାମଲାର ଦେଖାରଖା କରିଥାଏ। ଏହା ୧୯୯୪ ରେ ସ୍ଥାପିତ କରାଯାଇଥିଲା ଓ ଏହାର ମୁଖ୍ୟାଳୟ ରାମଲ୍ଲାରେ ରହିଛି। ସେହି ବର୍ଷ ଅର୍ଥାତ ୧୯୯୪ ରେ ଧାର୍ଯ୍ୟ ପ୍ୟାରିସ ପ୍ରୋଟୋକଲ୍‌ ଅନୁସାରେ, ପାଲେଷ୍ଟାଇନ୍‌ଙ୍କ ପାଖରେ ନିଜର କୌଣସି ମୁଦ୍ରା ଜାରି କରିବାର ଅଧିକାର ନାହିଁ। ଏଭଳି ଭାବରେ ପାଲେଷ୍ଟାଇନ୍‌ରେ ଇସ୍ରାଏଲର କରେନ୍ସି ଶେକେଲର ବ୍ୟବହାର ହୋଇଥାଏ। ଏହାଛଡା ଆମେରିକୀୟ ଡଲାର ଓ ଜୋର୍ଡନ କରେନ୍ସି ଦିନାର ମଧ୍ୟ ଏଠାରେ ବ୍ୟବହାର ହୁଏ। ବିଶେଷ ଭାବରେ ଗାଜାର ଅଞ୍ଚଳରେ ଇସ୍ରାଏଲର କରେନ୍ସି ବ୍ୟବହାର କରାଯାଏ। ଏହାଛଡା ଓ୍ବେଷ୍ଟ ବ୍ୟାଙ୍କରେ ଜୋର୍ଡନ୍‌ର ଦିନାର ଚାଲିଥାଏ।

ଏବେ ଆମେରିକୀୟ ଡଲାର କଥା ଯଦି ହେବା ତେବେ ଏହାର ବ୍ୟବହାର ବିଦେଶୀ ଜିନିଷର ଆମଦାନୀ ପାଇଁ ହୋଇଥାଏ। ଏହାର ମ୍ୟାନେଜମେଣ୍ଟ ଓ ବିତରଣର କାମ ପିଏମ୍‌ଏ ଅର୍ଥାତ ପାଲେଷ୍ଟାଇନ୍‌ର ମୁଦ୍ରା ପ୍ରାଧିକରଣ ପାଖରେ ରହିଛି। ୧୯୧୮ ପର୍ଯ୍ୟନ୍ତ ପାଲେଷ୍ଟାଇନ୍‌ ଉପରେ ଅଟୋମନ୍ ସାମ୍ରାଜ୍ୟର ଶାସନ ଚାଲିଥାଏ। ଏହାପରେ ବ୍ରିଟିସ୍ ଶାସନ ଅଧିନରେ ପାଲେଷ୍ଟାନୀୟ ପାଉଣ୍ଡ ଆରମ୍ଭ କରାଯାଇଇଲା। ୧ ନଭେମ୍ବର ୧୯୨୭ ରୁ ୧୪ ମଇ, ୧୯୪୮ ପର୍ଯ୍ୟନ୍ତ ଚାଲିଥାଏ। ଇସ୍ରାଏଲ ୧୯୪୮ ରେ ଅସ୍ତିତ୍ବରେ ଆସିଥିଲା। ଏହାର ଗଠନ ପରେ ପାଲେଷ୍ଟାଇନ୍ ଓ ଇସ୍ରାଏଲର ମିଳିତ କରେନ୍ସି ୧୯୫୨ ପର୍ଯ୍ୟନ୍ତ ରହିଥିଲା। ପାଲେଷ୍ଟାଇନ୍‌ର କରେନ୍ସି ବନ୍ଦ ହୋଇଯାଇଥିଲା। ଏହାଛଡା ଇସ୍ରାଏଲୀ କରେନ୍ସିକୁ ମାନ୍ୟତା ମିଳିଛି ଓ ଏହାକୁ ବହୁ ଦେଶ ସ୍ବୀକାର କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking