ଭୁବନେଶ୍ୱର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ । ଟ୍ରାଫିକ ଜାମ ଓ ଅନ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ । ଭେଟିବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପଳାଶୁଣି ସେତୁ ୬ ଲେନ କରିବାକୁ ଆଲୋଚନା ହୋଇଛି । ଏଥିପାଇଁ ୫୦ କୋଟି ନୀତିଗତ ଅନୁମୋଦନ କରିଛନ୍ତି । ଅଗ୍ରାଧିକାର ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।