26.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶପାକିସ୍ତାନର ଭାଗ୍ୟ ବଦଳିଯିବ!; ସମୁଦ୍ର ଉପକୂଳରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ର ବିଶାଳ ଭଣ୍ଡାର

ପାକିସ୍ତାନର ଭାଗ୍ୟ ବଦଳିଯିବ!; ସମୁଦ୍ର ଉପକୂଳରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ର ବିଶାଳ ଭଣ୍ଡାର

ଇସଲାମାବାଦ୍‌ : ପାକିସ୍ତାନ ସାମୁଦ୍ରିକ ଉପକୂଳରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ର ବିପୁଳ ଭଣ୍ଡାର ରହିଥିବା ସମ୍ପର୍କରେ ଜଣାପଡିଛି। ଏସମ୍ପର୍କରେ ସୂଚନା ମିଳିବା ମାତ୍ରେ ପାକିସ୍ତାନ ସରକାର ବେଶ୍ ତତ୍ପର ହୋଇପଡିଛି। ରିପୋର୍ଟ ଅନୁଯାୟୀ, ଯଦି ପାକିସ୍ତାନ ଏହି ଭଣ୍ଡାରୁ ପେଟ୍ରୋଲିୟମ୍ ଉତ୍ତୋଳନ କରିବାରେ ସଫଳ ହୁଏ ତେବେ ଏହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ଅନେକାଂଶରେ ସୁଦୃଢ଼ କରିଦେଇପାରିବ। ମୋଟାମୋଟି ସମଗ୍ର ପାକିସ୍ତାନର ଭାଗ୍ୟ ଏବେ ଏହି ପେଟ୍ରୋଲିୟମ ଭଣ୍ଡାର ଉପରେ ନିର୍ଭରଶୀଳ ରହିଛି। ପ୍ରକାଶ, ଏଠାରେ ବାସ୍ତବରେ ତୈଳ ଓ ଗ୍ୟାସ ଭଣ୍ଡାରର ଉପସ୍ଥିତି ସମ୍ପର୍କରେ ଆଭାସ ମିଳିଥିଲା। କିନ୍ତୁ ଏସମ୍ପର୍କରେ ନିଶ୍ଚିତ କରିବା ପାଇଁ ପାକିସ୍ତାନ ସରକାର ଚୀନ୍ ସହାୟତାରେ ଗତ ତିନି ବର୍ଷ ଧରି ଏକ ସର୍ଭେ କାର୍ଯ୍ୟ ଚଳାଇଥିଲା। ସାମ୍ନାକୁ ଆସିଥିବା ଚୂଡାନ୍ତ ରିପୋର୍ଟରେ ଏଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର ରହିଥିବା ସ୍ପଷ୍ଟ ହୋଇଛି।
ପାକିସ୍ତାନ ଭୌଗୋଳିକ ସର୍ବେକ୍ଷଣ ବିଭାଗ ଏହି ତୈଳଭଣ୍ଡାରକୁ ଚିହ୍ନଟ କରିଛି। ସର୍ଭେକାରୀ ସଂସ୍ଥା ତଥା ବିଭାଗଗୁଡ଼ିକ ପାକିସ୍ତାନ ଜଳସୀମାରେ ଥିବା ତୈଳ ସମ୍ପଦ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଛନ୍ତି। ଏହି ସମ୍ବଳରୁ ଉପକୃତ ହେବା ପାଇଁ ପାକ୍ ସରକାର ଏବେ ନିଲାମ ଏବଂ ଅନୁସନ୍ଧାନ ପ୍ରସ୍ତାବଗୁଡ଼ିକୁ ଅଧ୍ୟୟନ କରୁଛନ୍ତି। ନିକଟ ଭବିଷ୍ୟତରେ ଏଠାରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ପେଟ୍ରୋଲିୟମ୍ ଉତ୍ତୋଳନ ମଧ୍ୟ କରାଯିବ ବୋଲି ଜଣେ ବରିଷ୍ଠ ପାକ୍ ଅଧିକାରୀ କହିଛନ୍ତି। ତେବେ ପେଟ୍ରୋଲିୟମ୍ ଉତ୍ତୋଳନ ପାଇଁ ବର୍ଷାଧିକ ସମୟ ଲାଗିପାରେ। କେତେକ ଆକଳନରୁ ଜଣାପଡିଛି ଯେ ପାକିସ୍ତାନର ଏହି ଆବିଷ୍କାର ବିଶ୍ୱର ଚତୁର୍ଥ ବୃହତ୍ତମ ତୈଳ ଓ ଗ୍ୟାସ ଭଣ୍ଡାର ସାବ୍ୟସ୍ତ ହୋଇପାରେ।
ବିଶ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୨ର ଭୟଙ୍କର ବନ୍ୟା ପରିସ୍ଥିତି ଏବଂ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ପାକିସ୍ତାନର ଅର୍ଥନୀତି ବାଧାପ୍ରାପ୍ତ ହୋଇଥିଲା। ତେବେ ଏହି ସମୟରେ ପାକିସ୍ତାନ ସରକାରଙ୍କ ଅଦୂରଦ୍ରଷ୍ଟିତାପୂର୍ଣ୍ଣ ନୀତି ଏବଂ ମାତ୍ରାଧିକ ଋଣ ସମଗ୍ର ପାକିସ୍ତାନର ଅର୍ଥନୀତିକୁ ଧ୍ୱସ୍ତ କରିଦେଇଥିଲା। ପରିଣାମସ୍ୱରୂପ ପାକିସ୍ତାନ ଏବେ ଦେବାଳିଆ ସ୍ଥିତି ଦେଇ ଗତି କରୁଛି। ୨୦୨୪ ପାଇଁ ପାକିସ୍ତାନର ଅଭିବୃଦ୍ଧି ଆକଳନ ମାତ୍ର ୧.୭%କୁ ଖସିଆସିଛି। ୨୦୨୩ ସୁଦ୍ଧା ମୋଟ୍ ବାହ୍ୟ ଋଣ ପରିମାଣ ୧୨୬ ବିଲିୟନ ଡ଼ଲାରରୁ ଅଧିକ ହୋଇଥିବାରୁ ଦେଶ ମଧ୍ୟ ଅତ୍ୟଧିକ ଋଣଗ୍ରସ୍ତ ହୋଇଛି। ଉଚ୍ଚ ମୁଦ୍ରାସ୍ଫୀତି, ବିଦେଶ ମୁଦ୍ରା ଭଣ୍ଡାର ହ୍ରାସ ଏବଂ ଆର୍ôଥକ ଚାପ ବୃଦ୍ଧି ପାକିସ୍ତାନର ଅର୍ଥନୀତିକୁ ଅତ୍ୟନ୍ତ ଖରାପ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking