ନୂଆଦିଲ୍ଲୀ: ହରିୟାଣା ପାନିପତରୁ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି । ପାକ ଗୁପ୍ତଚର ନୋମାନ ଇହ୍ଲାଦି ଗିରଫ ହୋଇଛନ୍ତି । ଉତ୍ତରପ୍ରଦେଶ କୈରାନାରେ ରହୁଥିଲା ଗୁପ୍ତଚର । ଆତଙ୍କୀ ଇକବାଲ ସମ୍ପର୍କରେ ଥିଲା ନୋମାନ । ଅନ୍ୟପଟେ ଆଜି ଦକ୍ଷିଣ କୋରିଆରୁ ୧୩୫ ଟନ୍ ଅଶୋଧିତ ତୈଳ ନେଇ ପାରାଦୀପକୁ ଆସିବାକୁ ଥିବା ଜାହାଜରେ ଏହି ପାକିସ୍ତାନୀ ନାଗରିକ ମାନେ ରହିଥିବା ଜଣାପଡିଛି । ପାରାଦୀପ ଉପକୂଳ ଠାରୁ ୨୦ କିମି ଦୂରରେ ଥିବା ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମରେ ଲାଗିବ ଏହି ଜାହାଜ । ଏଥିରେ ୨୧ ଜଣ ପାକିସ୍ତାନୀ ନାଗରିକଙ୍କ ସହ ୨ଜଣ ଭାରତୀୟ ଓ ଜଣେ ଥାଇଲାଣ୍ଡର ନାଗରିକ ରହିଛନ୍ତି ।










