28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶନିଜ ଦେଶର ଲୋକଙ୍କୁ ଗାଏବ କରୁଛି ପାକିସ୍ତାନୀ ସେନା

ନିଜ ଦେଶର ଲୋକଙ୍କୁ ଗାଏବ କରୁଛି ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନରେ ସେନା ନିଜର ନାଗରିକଙ୍କ ଉପରେ ଅତ୍ୟାଚାର କରୁଛି । ଏପରିକି ପାକିସ୍ତାନ ସେନା ସ୍ଥାନୀୟ ନାଗରିକଙ୍କୁ ଅପହରଣ କରି ନେଉଥିବାର ଅଭିଯୋଗ ରହିଛି । ଏହାକୁ ନେଇ ବେଲୁଚିସ୍ତାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନରେ ଲୋକେ ନିଜ ନିଖୋଜ ପରିବାର ଲୋକଙ୍କୁ ଫେରାଇବା ପାଇଁ ଦାବି କରିଛନ୍ତି ଓ ସେନା ଦ୍ୱାରା ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ବେଲୁଚିସ୍ତାନର ମୁଖ୍ୟ ସହର ପାଜଙ୍ଗୁର, ଖରାନ ଓ ପସନିରେ ହଜାର ହଜାର ଲୋକ ରାସ୍ତା ଉପରକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ । ପାଜଙ୍ଗୁରରେ ଦୁଇ ଭାଇଙ୍କୁ ଫେରାଇବାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ସବୀର ନୁର ଓ ଆବିଦ ନୁରଙ୍କୁ ସୋମବାର ପାକିସ୍ତାନ ସେନା କଥିତ ଭାବରେ ଅପହରଣ କରି ନେଇଥିବା ଅଭିଯୋଗ ରହିଛି । ଦୁଇ ଭାଇଙ୍କର କୌଣସି ଖବର ନମିଳିବା ପରେ ସ୍ଥାନୀୟ ଲୋକ ଚୀନ୍‌-ପାକିସ୍ତାନ ଇକୋନୋମିକ୍ କରିଡରର ରାସ୍ତାକୁ ଜାମ୍ କରିଦେଇଛନ୍ତି । ଏଥିରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି, ଯେଉଁମାନେ କି ସେନା ବିରୋଧରେ ନାରାବାଜି କରିଛନ୍ତି ଓ ନିଜ ଲୋକଙ୍କୁ ଫେରାଇବାକୁ ଦାବି କରିଛନ୍ତି । ଏହି ବିରୋଧ ପୁରା ଅଞ୍ଚଳରେ ଯାତାୟତ ଠପ୍ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking