19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବାହାପିଆ ପାକିସ୍ତାନର ଅସଲମୁଖା ଖୋଲିଲେ ଖୋଦ୍ ପାକ ଅଭିନେତ୍ରୀ

ବାହାପିଆ ପାକିସ୍ତାନର ଅସଲମୁଖା ଖୋଲିଲେ ଖୋଦ୍ ପାକ ଅଭିନେତ୍ରୀ

ପାକିସ୍ତାନ: ହାପିଆ ପାକିସ୍ତାନର ଅସଲମୁଖା ଖୋଲିଲେ ଖୋଦ୍ ପାକ ଅଭିନେତ୍ରୀ। ନିଜ ଦେଶବାସୀଙ୍କ ଆଗରେ ମିଛ ଫୁଟାଣି ମାରି ତାଙ୍କୁ ଅନ୍ଧାରରେ ରଖୁଥିବା ସରକାରର ଅସଲ ଚେହେରାକୁ ସେ ପ୍ରଘଟ କରିଛନ୍ତି। ଭାରତ ବିରୁଦ୍ଧରେ କାଳେ ମିଛ ବିଜୟର ସେଲିବ୍ରେସନ କରୁଛି ପାକ ସରକାର।ହେଲେ ନିଜର ପ୍ରମୁଖ ସହର କରାଚୀରେ ଲୋକ ପାଣି ପାଇଁ ବିକଳ ହେଉଛନ୍ତି ତାହା ବୋଧେ ପାକିସ୍ତାନୀ ସରକାର ଦେଖିପାରୁନି। କରାଚୀ ବିମାନ ବନ୍ଦରରେ ଦେଖାଦେଇଛି ଜଳ ସଙ୍କଟ। ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଆଉ ଏହାକୁ ନେଇ ଅଭିଯୋଗ କରିଛନ୍ତି ପାକ ଅଭିନେତ୍ରୀ ହିନା ଖୱାଜା।

ଭିଡ଼ିଓଟି ଏବେ ସୋସିଆଲମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଭିନେତ୍ରୀ ହିନା ପାକିସ୍ତାନର ଦୁର୍ଦ୍ଦଶାକୁ ନେଇ ସରକାର ଉପରେ କ୍ରୋଧିତ ହୋଇଥିବାର ଦେଖାଯାଇଛି। ସେ କହୁଛନ୍ତି ଆଜି ଯେତେବେଳେ ଆମେ ପାକିସ୍ତାନର ସଫଳତା ପାଳନ କରୁଛୁ, ମୁଁ ଦେଖୁଛି ଯେ କରାଚୀ ଏୟାରପୋର୍ଟରେ କୌଣସି ଶୌଚାଳୟରେ ପାଣି ନାହିଁ।ଲୋକମାନେ ଓଜୁ କରିବାକୁ ଚାହାଁନ୍ତି, ନମାଜ ପଢିବାକୁ ଚାହାଁନ୍ତି, ଶୌଚାଳୟକୁ ଯିବାକୁ ଚାହାଁନ୍ତି, ହେଲେ ପାଣି ନାହିଁ। ଆମର ବିମାନବନ୍ଦର, ଆମର ପ୍ରତିଷ୍ଠାନ, ଆମର ବ୍ୟବସ୍ଥା ଏପରି କାହିଁକି ହୋଇଗଲା? ଏବଂ କେହି ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ। ବଡ଼ ପ୍ରକଳ୍ପ କରାଯାଉଛି, ନୂଆ କଥା କୁହାଯାଉଛି, କିନ୍ତୁ ଅନ୍ତର୍ଜାତୀୟ ବିମାନବନ୍ଦରର ଏପରି ଅବସ୍ଥା ନିଶ୍ଚିତ ଭାବେ ପରିତାପର ବିଷୟ। ଏବେ ଏହି ଭିଡିଓଟି ବିଜୁଳି ବେଗରେ ଭାଇରାଲ ହେଉଛି ଆଉ ସମସ୍ତେ ଫୁଟାଣିଆ ପାକିସ୍ତାନକୁ ଟ୍ରୋଲ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking