28.1 C
Bhubaneswar
Thursday, June 12, 2025
Homeଦେଶ ବିଦେଶଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ହେବ: ମୋଦୀ

ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ହେବ: ମୋଦୀ

ରାଜସ୍ଥାନ: ରାଜସ୍ଥାନ ବିକାନେରରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ନିଶାନା ।  ପହଲଗାମ ଆତଙ୍କୀ ହମଲାକୁ ନେଇ ନିଶାନା କଲେ । ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟରେ ଦେଲୁ । ସିନ୍ଦୂର ଯେତେବେଳେ  ବାରୁଦ ହୁଏ ପରିଣାମ କଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ  ସିନ୍ଦୂର ଲିଭାଇବାକୁ  ଆସିଥିଲେ ।  ସେମାନେ ମାଟିରେ ମିଶିଲେ । ୩ ସେନାର ଚକ୍ରବ୍ୟୁହରେ ଫସିଲେ , ବାହାରି ପାରିଲେନି । ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ୱ କରୁଥିଲା  ତାହା କାମ ଦେଲାନି । ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି ।  ଅପରେସନ ସିନ୍ଦୁର ଆମକୁ ୩ଟି ସୂତ୍ର ଦେଖାଇଛି । ୧.ଆତଙ୍କୀ ହମଲା ହେଲେ କଡା ଜବାବ ଦିଆଯିବ ।  ସେନାବାହିନ କଣ କରାଯିବ ତାହାର ନିଷ୍ପତ୍ତି ନେବ । ୨.ପରମାଣୁ ବୋମାର ବ୍ଲାକମେଲିଂ ଖାଥିର କରିବୁ ନାହିଁ ।୩. ଆତଙ୍କବାଦୀ କାଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡିବ । ଯଦି ପାକିସ୍ତାନ ସହ କଥା ହେବୁ ତାହାହେଲେ ପିଓକେ କୁ ନେଇ । ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ହେବ । ପାକିସ୍ତାନକୁ ପାଣି ଦିଆଯାଇପାରିବ ନାହିଁ । ଏହା ଭାରତର ପ୍ରତିଜ୍ଞା , ବିଶ୍ୱର କୌଣସି ଶକ୍ତି ବଦଳାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking