19.1 C
Bhubaneswar
Monday, December 8, 2025
Homeଦେଶ ବିଦେଶପାଣି ପାଇଁ ଆହୁରି ଡହଳ ବିକଳ ହେବ ପାକିସ୍ତାନ

ପାଣି ପାଇଁ ଆହୁରି ଡହଳ ବିକଳ ହେବ ପାକିସ୍ତାନ

ଇସ୍‌ଲାମ୍‌ବାଦ୍ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବଂ ସିନ୍ଧୁ ଚଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ଫଳରେ ପାକିସ୍ତାନ ପାଣି ପାଇଁ ଡହଲ ବିକଳ ହେଉଥିବା ବେଳେ ଏବେ ଜଳକୁ ନେଇ ପୁଣି ଚିନ୍ତାରେ ପଡିଛି ପାକିସ୍ତାନ । କାରଣ ଭାରତ ସିନ୍ଧୁ ନଦୀ ଜଳ ବନ୍ଦ କରିବା ପରେ ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ଏକ ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତୁତି କରିଥିବାରୁ ପାକିସ୍ତାନକୁ ଏହା ଆଉ ଏକ ଝଟକା ଲାଗିଛି । ତାଲିବାନ ସରକାରଙ୍କ ସେନା ଜେନେରାଲ ମୁବିନ୍‍ କୁନାର ନଦୀ ଉପରେ ନିର୍ମିତ ବନ୍ଧର ଯାଞ୍ଚ କରିଛନ୍ତି । ତାଲିବାନ ସରକାର କୁନାର ନଦୀରେ ଏକ ବଡ଼ ବନ୍ଧ ନିର୍ମାଣ କରିବା ନେଇ ଦ୍ରୁତ ଗତିରେ କାମ କରୁଛନ୍ତି । ଯାହାକି ଭବିଷ୍ୟତରେ ପାକିସ୍ତାନ ପାଇଁ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ । ସୋମବାର ଦିନ ଏକ୍ସରେ ପୋଷ୍ଟ କରି ବେଲୁଚ୍‍ ନେତା ମୀର ୟାର ବାଲୁଚ୍‍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ତାଲିବାନ ସରକାର ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାକି ପାକିସ୍ତାନକୁ ପାଣି ପ୍ରବାହକୁ ବନ୍ଦ କରିଦେବ । ଏହି ବନ୍ଧ ନିର୍ମାଣ ଲାଗୀ ପାଣ୍ଠି ସଂଗ୍ରହ କରିବାକୁ ଜେନେରାଲ ମୁବିନ୍‍ ତାଲିବାନ ସରକାରଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପାଣି ଆମର ରକ୍ତ ପରି ଏବଂ ଆମେ ଆମର ରକ୍ତକୁ ଆମ ଶରୀରରୁ ବାହାରକୁ ବହିବାକୁ ଦେଇପାରିବୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking