16.1 C
Bhubaneswar
Thursday, January 16, 2025
Homeଖେଳପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ; ହାଇବ୍ରିଡ୍ ମଡେଲ୍‌ରେ ହୋଇପାରେ ଚାମ୍ପିଅନ୍ସ ଟ୍ରଫି

ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ; ହାଇବ୍ରିଡ୍ ମଡେଲ୍‌ରେ ହୋଇପାରେ ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନରରେ ହେବ । ଆଇସିସି ମଧ୍ୟ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ପ୍ରସ୍ତାବିକ କାର୍ଯ୍ୟସୂଚୀ ଉପରେ ମୋହର ଲଗାଇଛି । ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନାହିଁ । ଫଳରେ ଏହି ଟୁର୍ଣ୍ଣାମେଣ୍ଟ୍ ହାଇବ୍ରିଡ୍ ମଡେଲ୍‌ରେ ଖେଳାଯିବ ବୋଲି ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁସାରେ ଏସିଆ କପ୍ ପରି ଚାମ୍ପିଅନ୍ସ ଟ୍ରଫି ମଧ୍ୟ ହାଇବ୍ରିଡ୍ ମଡେଲ୍‌ରେ ଖେଳାଯାଇପାରେ । ରିପୋର୍ଟ ଅନୁସାରେ ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ନିଜ ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିପାରେ ।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବା ନାହିଁ । ବିସିସିଆଇ ଟିମ୍‌ର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଆୟୋଜିତ କରିବା ନିମନ୍ତେ ଆଇସିସି ସହିତ କଥାବାର୍ତ୍ତା କରିବ । ଅନ୍ୟପକ୍ଷରେ ପିସିବି କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ମାର୍ଚ୍ଚ ୧ ତାରିଖରେ ଲାହୋରରେ ଖେଳାଯିବ । ଯଦିଓ ବିସିସିଆଇ କେବେ ମଧ୍ୟ ଏହା ଉପରେ ସହମତି ଜଣାଇନାହିଁ । ବିସିସିଆଇର ଏକ ସୂତ୍ର ଅନୁସାରେ ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବନାହିଁ । ନିଜ ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଆୟୋଜିତ କରାଇବାକୁ ଆଇସିସିକୁ କହିବ ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ବିସିସିଆଇ ଏହାକୁ ନେଇ ଆଧିକାରିକ ବୟାନ ଜାରୀ କରିନାହିଁ । ସୂଚନା ଅନୁସାରେ ଚାମ୍ପିଅନ୍ସ ଟ୍ରଫି ପାଇଁ ପିସିବି ପକ୍ଷରୁ ଜାରୀ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁସାରେ ଟୁର୍ଣ୍ଣାମେଣ୍ଟ୍‌ର ଆୟୋଜନ ୨୦୨୫ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ହେବ । ଲାହୋରରେ ୭, ରାୱଲପିଣ୍ଡିରେ ୫ ଏବଂ କରାଚିରେ ଟୁର୍ଣ୍ଣାମେଣ୍ଟ୍‌ର ୩ ମ୍ୟାଚ୍ ଖେଳାଯିବ । କାର୍ଯ୍ୟସୂଚୀରେ ଭାରତର ସମସ୍ତ ମ୍ୟାଚ୍ ଲ।।ହୋରରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking