19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିବ୍ରତ ପାକିସ୍ତାନ୍

ଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିବ୍ରତ ପାକିସ୍ତାନ୍

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ବିଭିନ୍ନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଏପରି ଅନେକ ପଦକ୍ଷେପ ନେଇଛି, ଯେଉଁଥିରେ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ସମାପ୍ତ କରିବା ମଧ୍ୟ ସାମିଲ ଅଛି, ଯାହା ପାକିସ୍ତାନର ସମସ୍ତ ନାଗରିକଙ୍କୁ ପ୍ରଭାବିତ କରିଛି। ସୂତ୍ର ଅନୁସାରେ,ଏହି ସମୟରେ ପାକିସ୍ତାନ ଏୟାରସ୍ପେସ୍‌ ବା ଆକାଶମାର୍ଗକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ପାକିସ୍ତାନ ଭାରତରୁ ଯିବା ଆସିବା କରୁଥିବା ବାଣିଜ୍ୟିକ ବିମାନ ପାଇଁ ଏହାର ଆକାଶ ମାର୍ଗକୁ ବନ୍ଦ କରିଦେଇଛି ।

ପାକିସ୍ତାନର ଶାହବାଜ ସରକାରଙ୍କ ଅନୁଯାୟୀ, ଏବେ ଭାରତୀୟ ବିମାନ ଗୁଡ଼ିକୁ ପାକିସ୍ତାନୀ ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ଏବଂ କୂଟନୈତିକ ସମ୍ପର୍କକୁ ହ୍ରାସ କରିବା ପାଇଁ ଭାରତର ନିଷ୍ପତ୍ତିରେ ପାକିସ୍ତାନ ବିବ୍ରତ ହୋଇ ପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଆଜି (ଗୁରୁବାର) ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଡାକିଛନ୍ତି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର ଗତକାଲି (ବୁଧବାର) ବିଳମ୍ବିତ ରାତିରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଏକ ତରବରିଆ ନିଷ୍ପତ୍ତି ବୋଲି କହିଥିଲେ। ପହଲଗାମ ଆକ୍ରମଣ ପରେ ଜେଦ୍ଦାରୁ ତୁରନ୍ତ ଫେରିବା ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନର ବାୟୁସୀମା ଦେଇ ଯାଇ ନଥିଲା ଏବଂ ଅନ୍ୟ ଏକ ରାସ୍ତା ବାଛିଥିଲା। ପୂର୍ବରୁ ମଙ୍ଗଳବାର ଜେଦ୍ଦା ଯାଉଥିବା ସମୟରେ, ପ୍ରଧାନମନ୍ତ୍ରୀଙ୍କ ବିମାନ ପାକିସ୍ତାନର ଆକାଶ ସୀମା ଦେଇ ଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking