ପାଣାଜୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ପୁଣିଥାରେ ପାକିସ୍ତାନକୁ ଶାଣିତ ସ୍ୱରତରେ ଚେତାବନୀ ଦେଇଛନ୍ତି। ରାଜନାଥ କହିଛନ୍ତି, ଅପରେସନ୍ ସିନ୍ଦୂର’ ସମୟରେ ଭାରତୀୟ ନୌବାହିନୀ ମଧ୍ୟ ବାୟୁସେନା ଏବଂ ସ୍ଥଳସେନା ଭଳି ବେଶ୍ ସକ୍ରିୟ ରହିଥିଲା, କିନ୍ତୁ ଅନ୍ୟ ଦୁଇ ବାହିନୀଙ୍କ ପରି ଆକ୍ସନ ମୋଡ୍କୁ ଆସିନଥିଲା। କିନ୍ତୁ ପାକିସ୍ତାନୀ ନୌସେନାକୁ ସମୁଦ୍ର ପଥରେ ପ୍ରତିହତ କରିବାରେ ଭାରତୀୟ ନୌସେନାର ଯେଉଁର୍ଭଳି ନୀରବ କିନ୍ତୁ ପ୍ରଭାବଶାଳୀ ଭୂମିକା ନିର୍ବାହ କରିଛି ତାହା ବେଶ୍ ପ୍ରଶଂସନୀୟ। ଭାରତୀୟ ନୌବାହିନୀର ଆକ୍ରମଣାତ୍ମକ ନିୟୋଜନ, ସାମୁଦ୍ରିକ ପ୍ରାଧାନ୍ୟ ଏବଂ ଉଚ୍ଚ ସ୍ତରର ପ୍ରସ୍ତୁତି ପାକିସ୍ତାନକୁ ସମୁଦ୍ର କ୍ଷେତ୍ରରେ ଭାରତୀୟ ସ୍ୱାର୍ଥକୁ ଚ୍ୟାଲେଞ୍ଜ କରିବାରୁ ଦୂରେଇ ରଖିଥିଲା। ଆଇଏନଏସ୍ ବିକ୍ରାନ୍ତର ଗର୍ଜନରେ ପାକିସ୍ତାନର ନୌସେନା ନିଜ କୂଳରେ ହିଁ ସୀମିତ ରହିବାକୁ ଉଚିତ୍ ମଣିଥିଲେ। ଭାରତୀୟ ନୌସେନାର ପ୍ରସ୍ତୁତି ହିଁ ସମ୍ପୂର୍ଣ୍ଣ ପାକିସ୍ତାନକୁ ଭୟଭୀତ କରିଦେଇଥିଲା। ସେହିପରି ରାଜନାଥ ନୌସେନାବାହିନୀର ଯବାନ୍ଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ପାକିସ୍ତାନ ସହ ଏପର୍ଯ୍ୟନ୍ତ ଯାହା ହୋଇଛି ତାହା କେବଳ ଏକ ଅଭ୍ୟାସ ଥିଲା। ଯଦି ପାକିସ୍ତାନ ପୁଣି କିଛି କରିବାକୁ ସାହସ କରେ, ତେବେ ଏଥର ନୌସେନା ମଧ୍ୟ ଫୁଲମୋଡ୍ ଆକ୍ସନକୁ ଆସିବ ଏବଂ ତା’ପରେ କେବଳ ଭଗବାନ ଜାଣନ୍ତି ଯେ ପାକିସ୍ତାନର କ’ଣ ହେବ। ସମ୍ପ୍ରତି ଆରବ ସାଗରରେ ମୁତୟନ ଥିବା ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ’ ଏବଂ ନୌସେନା ଟିମ୍ଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ଗୋଆରେ ପହଞ୍ଚଥିବା ରାଜନାଥ ଏପରି କହିଛନ୍ତି।
ଭାରତୀୟ ନୌସେନାର ଅତୁଳନୀୟ ଶକ୍ତି ବିଷୟରେ ପାକିସ୍ତାନକୁ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଯଦି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସକ୍ରିୟ ଯୁଦ୍ଧରେ ଏହାର ସହଯୋଗୀ ବାହିନୀ ସହିତ ମିଶି କାର୍ଯ୍ୟ କରିଥାନ୍ତା, ତେବେ ପାକିସ୍ତାନ ୧୯୭୧ ଠାରୁ ଖରାପ ପରିଣାମର ସମ୍ମୁଖୀନ ହୋଇଥାନ୍ତା। ୧୯୭୧ ମସିହାରେ ଯେତେବେଳେ ଭାରତୀୟ ନୌସେନା ସକ୍ରିୟ ଭୂମିକା ତୁଲାଇଥିଲା ସେତେବେଳେ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ (ପାକିସ୍ତାନ ଏବଂ ବାଂଲାଦେଶ) ହେବା ଭଳି ପରିଣାମ ସାମ୍ନାକୁ ଆସିଥିଲା। ଏବେ ଯଦି ଭାରତୀୟ ନୌସେନା ଅପରେସନ୍ ସିନ୍ଦୂର’ ସମୟରେ ପୁଣିଥରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥାନ୍ତା ତେବେ ପାକିସ୍ତାନ ଏଥର ୨ ଭାଗ ନୁହେଁ ବରଂ ୪ ଭାଗ ହୋଇଯାଇଥାନ୍ତା। ଭାରତୀୟ ନୌସେନା ପାକିସ୍ତାନର କରାଚୀ ସହରକୁ ନିଜର ପ୍ରଥମ ଟାର୍ଗେଟ୍ ଭାବେ ନେଇସାରିଥିଲା। କେବଳ ଆକ୍ରମଣ କରିବାକୁ ଅପେକ୍ଷା ଥିଲା। ଏସବୁ ସତ୍ତ୍ୱେ ପାକିସ୍ତାନ ଯଦି ନସୁଧୁରେ ତେବେ ଏଥର ନା ସ୍ଥଳ ସେନା ନା ବାୟୁସେନା, ଏଥର ପାକିସ୍ତାନର କୌଣସି ଏକ ସହରରୁ ହିଁ ଭାରତୀୟ ନୌସେନା ଉଦ୍ଘାଟନ କରିବ। ନୌସେନା କରିବ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏଠାରେ ଆଇଏନ୍ଏସ୍ ବିକ୍ରାନ୍ତ’କୁ ବୁଲି ଦେଖିବା ସହ ସମୁଦ୍ରପଥରେ ଭାରତୀୟ ନୌସେନାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଏବଂ ଅଭିଯାନ ସମୟରେ ବିପଦକୁ ନିରପେକ୍ଷ କରିବାରେ ନୌସେନାର ଭୂମିକାକୁ ପ୍ରଶଂସା କରିଥିଲେ।
ଶ୍ରୀ ସିଂହ କହିଛନ୍ତି, “ଭାରତୀୟ ନୌସେନା ଅପରେସନ୍ ସିନ୍ଦୂର ସମୟରେ ଏହାର ନୀରବ ସେବା ସହିତ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରିଛି। ନୀରବ ରହିବା ସତ୍ତ୍ୱେ, ଭାରତୀୟ ନୌସେନା ପାକିସ୍ତାନୀ ସେନାକୁ ବାନ୍ଧିବାରେ ସଫଳ ହୋଇଥିଲା। ଏହି ସମ୍ପୂର୍ଣ୍ଣ ସମନ୍ୱିତ ଅପରେସନ୍ ରେ ନୌସେନାର ଭୂମିକା ପ୍ରଶଂସନୀୟ। ଅପରେସନ୍ ସିନ୍ଦୂର ସମୟରେ ବାୟୁସେନା ପାକିସ୍ତାନୀ ମାଟିରେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଥିବା ବେଳେ, ଆରବ ସାଗରରେ ଆପଣଙ୍କର ଆକ୍ରମଣାତ୍ମକ ନିୟୋଜନ, ଅତୁଳନୀୟ ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ସାମୁଦ୍ରିକ ପ୍ରାଧାନ୍ୟ ପାକିସ୍ତାନୀ ନୌସେନାକୁ ନିଜ କୂଳରେ ସୀମିତ ରଖିଥିଲା। ସେମାନେ ଖୋଲା ସମୁଦ୍ରରେ ପ୍ରବେଶ କରିବାକୁ ମଧ୍ୟ ସାହସ ମଧ୍ୟ କରିପାରିନଥିଲେ। ନିଜ ଭାଷଣର ଆରମ୍ଭରେ, ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, “ବିକ୍ରାନ୍ତର ଅର୍ଥ ହେଉଛି – ଅଦମ୍ୟ ସାହସ, ଏବଂ ଅଜେୟ ଶକ୍ତି। ଭାରତର ବର୍ଦ୍ଧିତ ନୌସେନା ଶକ୍ତିର ପ୍ରତୀକ, ଏହି ୪୫,୦୦୦ ଟନ୍ ଯୁଦ୍ଧଜାହାଜ ଆଇଏନ୍ଏସ୍ ବିକ୍ରାନ୍ତ’ ସମ୍ପ୍ରତି ପରିଚାଳିତ ଅପରେସନ୍ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।