27.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶନିଜ କୁକର୍ମ ଫଳ ଭୋଗୁଛି ପାକିସ୍ତାନ

ନିଜ କୁକର୍ମ ଫଳ ଭୋଗୁଛି ପାକିସ୍ତାନ

ଇସଲାମାବାଦ : ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ପାଣିକୁ ନେଇ ରକ୍ତପାତ ତଥା ଜଳାପୋଡା ଭଳି ଘଟଣା ଘଟିଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ପାକିସ୍ତାନର ଦୈନିକ ସମ୍ବାଦପତ୍ର ‘ଦି ଡନ୍‌’ ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ସିନ୍ଧ ପ୍ରାନ୍ତରେ ସୃଷ୍ଟିହୋଇଥିବା ଏହି ହିଂସାକାଣ୍ଡରେ ଜଣେ ଡିଏସପି୍‌ଙ୍କ ସମେତ ଅନ୍ୟ ୬ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏତଦ୍‌ବ୍ୟତୀତ ୧୨ରୁ ଅଧିକ ସାଧାରଣ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ସିନ୍ଧ୍ ପ୍ରଦେଶର ଗୃହମନ୍ତ୍ରୀଙ୍କ ଘର ପୋଡ଼ିଦେଇଛନ୍ତି।

ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ବେଶ୍ କିଛି ସପ୍ତାହ ଧରି ପାଣି ପାଇଁ ବିବାଦ ଚାଲିଆସୁଥିବା ବେଳେ ବୁଧବାର ସକାଳ ସମୟରେ ଏହା ବ୍ୟାପକ ହିଂସାତ୍ମକ ରୂପ ନେଇଛି। ସିନ୍ଧ୍ ପ୍ରାନ୍ତୀୟ ଗୃହମନ୍ତ୍ରୀ ଜିଆ ଲାଞ୍ଜାରଙ୍କ ଘରକୁ କିଛି ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଦେଇଥିଲେ। ସେହିପରି ନୌସାହରୋ ଫିରୋଜର ମୋରୋ ସହରରେ ସଂଘର୍ଷ ସମୟରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ସେହିପରି ରାସ୍ତାଘାଟରେ ଅନେକ ଗାଡିଗୁଡ଼ିକୁ ପୋଡି ଦିଆଯାଇଛି। ମୋଟାମୋଟି ସିନ୍ଧ ପ୍ରାନ୍ତରେ ଏବେ ଅରାଜକତାର ବାତାବରଣ ଦେଖାଦେଇଛି। ପ୍ରକାଶ, ସିନ୍ଧ୍ ପ୍ରଦେଶ ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ୧୯୯୯ ରୁ ୨୦୨୩ ମଧ୍ୟରେ, ସିନ୍ଧରେ ହାରାହାରି ୪୦% ଜଳ ଅଭାବ ଦେଖାଦେଇଥିବା ବେଳେ ପଞ୍ଜାବରେ ୧୫% ଜଳ ଅଭାବ ରହିଛି। ଏହି ଜଳ ସଙ୍କଟ ଯୋଗୁଁ, ୨୫ ଲକ୍ଷ ଏକର ଆମ୍ବ ବଗିଚା ଏବଂ ଅନ୍ୟାନ୍ୟ ଫସଲ ଶୁଖିଯିବାକୁ ବସିଛି। ଏହା ବ୍ୟତୀତ ସମୁଦ୍ର ଜଳର ଜବରଦଖଲ ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳର କୃଷି ଜମି ମଧ୍ୟ ପ୍ରଭାବିତ ହେଉଛି।

ଭାରତ ପାକିସ୍ତାନକୁ ଚେନାବ ନଦୀ ଜଳ ବନ୍ଦ କରିବା ପରେ ଏହି ପ୍ରାନ୍ତରେ ମରୁଡି ପରିସ୍ଥିତି ଉତ୍ପନ୍ନ ହୋଇପଡିଛି। ଏସବୁ ମଧ୍ୟରେ ମଙ୍ଗଳବାର ସିନ୍ଧୁ ନଦୀରେ ନୂତନ କେନାଲ ନିର୍ମାଣ ପ୍ରସ୍ତାବ ବିରୋଧରେ ସିନ୍ଧ୍ ସଭା ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାଳନା ଆରମ୍ଭ କରିବା ପରେ ହିଂସା ଆରମ୍ଭ ହୋଇଥିଲା। ଏହାପରେ, ବିକ୍ଷୋଭକାରୀମାନେ ସେମାନଙ୍କର ପ୍ରତିବାଦ ଜଣାଇବା ପାଇଁ ମୋରୋ ବାଇପାସ୍ ରାସ୍ତା ଅବରୋଧ କରିଥିଲେ। ପ୍ରକାଶ, ଫେବ୍ରୁଆରି ୨୦୨୫ରେ, ପାକିସ୍ତାନ ସରକାର ସିନ୍ଧୁ ନଦୀ ପ୍ରଣାଳୀରେ ୬ଟି ନୂତନ କେନାଲ ନିର୍ମାଣ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ପଞ୍ଜାବ, ବେଲୁଚିସ୍ତାନ ଏବଂ ସିନ୍ଧରେ କେନାଲ ନିର୍ମାଣ କରାଯିବାକୁ ଅଛି। କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ, ଏହି ଡ୍ୟାମ୍ ମାଧ୍ୟମରେ, ପାକିସ୍ତାନ ସରକାର ସିନ୍ଧର ପାଣିକୁ ପଞ୍ଜାବ ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ଯାହାର ଲକ୍ଷ୍ୟ ହେଉଛି ପଞ୍ଜାବର ୧.୯ ନିୟୁତ ହେକ୍ଟର ଅନୁର୍ବର ଜମିକୁ ପାଣି ପଠାଇବା। ସିନ୍ଧର ବାସିନ୍ଦାମାନେ ବିଶ୍ୱାସ କରୁଛନ୍ତି ଯେ, ଏହି ପ୍ରକଳ୍ପ ସେମାନଙ୍କର ଜଳ ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ଏହା ପୂର୍ବରୁ ଜଳ ଅଭାବ ଥିବା ଅଞ୍ଚଳ ପାଇଁ ଏହା ବିପର୍ଯ୍ୟୟକାରୀ ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking