29.1 C
Bhubaneswar
Monday, June 9, 2025
Homeଦେଶ ବିଦେଶବିନାଶକୁ ଆମନ୍ତ୍ରଣ କରୁଛି ପାକିସ୍ତାନ

ବିନାଶକୁ ଆମନ୍ତ୍ରଣ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ନିଜ ବିନାଶକୁ ନିଜେ ହିଁ ଆମନ୍ତ୍ରଣ କରିବା ଭଳି କାର୍ଯ୍ୟ କରୁଛି ପାକିସ୍ତାନ। ଆମେରିକା ଠାରୁ ୟୁରୋପୀୟ ସଂସଦ ପର୍ଯ୍ୟନ୍ତ, ବିଶ୍ୱବ୍ୟାଙ୍କ୍ ଠାରୁ ଆରମ୍ଭ କରି ବିଶ୍ୱର ସମସ୍ତ ଅନ୍ତର୍ଜାତୀୟ ମଞ୍ଚ ପକ୍ଷରୁ ପାକିସ୍ତାନକୁ ଯଥାଶୀଘ୍ର ଉତ୍ତେଜନା ହ୍ରାସ କରିବାକୁ କୁହାଯାଇସାରିଥିଲେ ମଧ୍ୟ ମିଛ ଆତ୍ମବଡ଼ିମା ବା ଅହଂକାରର ବଶବର୍ତ୍ତୀ ହୋଇଥିବା ପାକିସ୍ତାନ ଏସବୁକୁ ଶୁଣିବାକୁ ନାରାଜ। ଭାରତ ମଧ୍ୟ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କରିଥିବା ଆକ୍ରମଣ ପରଠାରୁ ପାକିସ୍ତାନକୁ ନିୟମିତ ଭାବେ ଚେତାବନୀ ଦେଇ କହିଆସୁଛି ଯେ, ପାକିସ୍ତାନ ଏହାକୁ ଆଉ ଆଗକୁ ନ ବଢ଼ାଉ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ନେଇସାରିଛି। ଏହାସତ୍ତ୍ୱେ ପାକିସ୍ତାନ ବୁଧବାର ଭାରତୀୟ ସୀମାରେଖାରେ ଥିବା ଏକ ଗୁରୁଦ୍ୱାରା ଉପରେ ଆକ୍ରମଣ କରିବା ସହ ଗୁରୁବାର ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ୪୦୦ରୁ ୫୦୦ ଡ୍ରୋନ୍ ଆକ୍ରମଣ କରିଥିଲା।

ଅବଶ୍ୟ ଭାରତୀୟ ସେନା ପାକିସ୍ତାନର ସମସ୍ତ ଡ୍ରୋନ୍ ଏବଂ ମିସାଇଲ୍‌ଗୁଡ଼ିକୁ ନିଜ ଏସ୍‌-୪୦୦ ଏବଂ ଅନ୍ୟ ପ୍ରତିରକ୍ଷା ପ୍ରଣାଳୀ ମାଧ୍ୟମରେ ନଷ୍ଟ କରିଦେଇଥିଲେ। ଏତଦ୍‌ବ୍ୟତୀତ ଭାରତୀୟ ଡ୍ରୋନ୍‌ଗୁଡ଼ିକ ପାକିସ୍ତାନର ଅଧିକାଂଶ ପ୍ରାନ୍ତରେ ଆକାଶମାର୍ଗରୁ ଅଗ୍ନିବର୍ଷା କରିଥିଲେ। ଗୁରୁବାର ଭାରତର ଏପ୍ରକାର ପ୍ରଚଣ୍ଡ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇପଡିଥିବା ପାକିସ୍ତାନ ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ଭାରତୀୟ ସୀମାରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସୀମାରେଖା ଅଞ୍ଚଳଗୁଡ଼ିକରେ ଗୁଳିବର୍ଷା ସାଙ୍ଗକୁ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନ।

ରିପୋର୍ଟ ଅନୁସାରେ ଉରି ଓ ପୁଞ୍ଚ୍ ସେକ୍ଟରରେ ଆକ୍ରମଣ କରୁଛି ପାକିସ୍ତାନ, ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରିଛନ୍ତି ପାକିସ୍ତାନୀ ସେନା। ଉଭୟ ସେକ୍ଟରରେ ଗୁଳିଗୋଳା ମାଡର ଶବ୍ଦ ଅସହ୍ୟ ହୋଇପଡ଼ିଛି। ଅବଶ୍ୟ ଭାରତୀୟ ସେନା ପାକିସ୍ତାନର ସବୁ ଉଦ୍ୟମକୁ ବିଫଳ କରିବା ସହ ପ୍ରଚଣ୍ଡ ପ୍ରହାର ମଧ୍ୟ କରୁଛି, କିନ୍ତୁ ପାକିସ୍ତାନର ଏପ୍ରକାର ଆକ୍ରମଣକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୀଷଣ ରୂପ ଧାରଣ କରିବା ନେଇ ଇଙ୍ଗିତ କରିଛି। ଏସବୁ ମଧ୍ୟ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଓକାରା ସେନା କ୍ୟାଣ୍ଟ୍ ଉପରେ ଭାରତୀୟ ସେନା ପକ୍ଷରୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଏବଂ ଏଥିରେ ପାକ୍ ସେନାର ବିପୁଳ କ୍ଷତି ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking