27.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ଇସଲାମାବାଦ୍‌ : ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚିବାକୁ ଚେଷ୍ଟା କରିଛି। ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ବିହାରରେ ପହଞ୍ଚିଛନ୍ତି। ଏହି ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନରୁ ନେପାଳ ଆସିଥିଲେ ଏବଂ ପରେ ଭାରତରେ ପ୍ରବେଶ କରିଥିଲେ। ଭାରତୀୟ ସେନା ଗୁରୁବାର ଜମ୍ମୁ-କଶ୍ମୀରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ଏବେ ଆତଙ୍କବାଦୀମାନେ ବିହାରରେ ପହଞ୍ଚି ସାରିଛନ୍ତି। ପୋଲିସ ମଧ୍ୟ ଏ ସମ୍ପର୍କରେ ହାଇଆଲର୍ଟ ଜାରି କରିଛି। ତିନି ଜଣ ଜୈଶ ଆତଙ୍କବାଦୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା ହୋଇଥିବାବେଳେ ଆଦିଲ ହୁସେନ ଉମରକୋଟର ବାସିନ୍ଦା। ମହମ୍ମଦ ଉସମାନ ବାହାବଲପୁରର ବାସିନ୍ଦା। ଏହି ତିନି ଜଣ ଆତଙ୍କବାଦୀ ବିହାରରେ ପ୍ରବେଶ କରିଛନ୍ତି, କିନ୍ତୁ ସେମାନେ କେଉଁ ଜିଲା କିମ୍ବା ସହରରେ ଅଛନ୍ତି ସେ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ପାକିସ୍ତାନରୁ ତିନି ଜଣ ଆତଙ୍କବାଦୀ ନେପାଳର କାଠମାଣ୍ଡୁ ଆସିଥିଲେ। ଏହି ତିନି ଜଣ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଏଠାରେ ପହଞ୍ଚିଥିଲେ ଏବଂ ତା’ପରେ ସେମାନେ ଗତ ସପ୍ତାହରେ ନେପାଳ ସୀମାରୁ ଭାରତରେ ପହଞ୍ଚିଥିଲେ। ସେମାନେ ଏବେ ବି ବିହାରରେ ଅଛନ୍ତି। ବିହାର ପୋଲିସ ଏ ସମ୍ପର୍କରେ ହାଇଆଲର୍ଟ ଜାରି କରିଛି ଏବଂ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଉଛି। ଏହି ଆତଙ୍କବାଦୀଙ୍କ ଟାର୍ଗେଟ ଏବଂ ସେମାନେ କେଉଁଠି ରହୁଛନ୍ତି ସେ ବିଷୟରେ ସୂଚନା ଉପଲବ୍ଧ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking